ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ

୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୬୨୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୪୦୮ଜଣ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, ସମ୍ବଲପୁରରୁ ୩୦୨, ନବରଙ୍ଗପୁରରୁ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମାଲକାନଗିରିରୁ ୬୨ ଜଣ, ମୟୁରଭଞ୍ଜରୁ ୨୦୭ ଜଣ, ନୟାଗଡ଼ରୁ ୨୬୯ ଜଣ, ସୋନପୁରରୁ ୧୬୯ ଜଣ, ଷ୍ଟେଟ ପୁଲରୁ ୨୭୧ ଜଣ, ବୌଦ୍ଧରୁ ୧୮୩ ଜଣ, ଦେବଗଡରୁ ୧୧୮ ଜଣ, ଗଜପତିରୁ ୮୯ ଜଣ, ଜଗତସିଂହପୁରରୁ ୧୧୫ ଜଣ, କନ୍ଧମାଳରୁ ୭୫ ଜଣ, କେଉଁଝରରୁ ୧୬୬ ଜଣ, କେନ୍ଦ୍ରାପଡାରୁ ୨୪୩ ଜଣ, କୋରାପୁଟରୁ ୧୪୨ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଲା କରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା। ଏମାନଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗୀର,ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ(୨ ଜଣ ଭୁବନେଶ୍ୱରରୁ) ୩ ଜଣଙ୍କର ପ୍ରାଣ ନେଇଛି କରୋନା। ସେହିପରି କଳାହାଣ୍ଡିର ୩ ଜଣ, ରାୟଗଡାର ୩ ଜଣ, ପୁରୀର ୨ ଜଣ, ସୁନ୍ଦରଗଡର ୩ ଜଣଙ୍କର କରୋନା ଜୀବନ ନେଇଛି। ସୂଚନା ଥାଉ କି ଗତକାଲି ୧୯ ଜଣଙ୍କର ଜୀବନ ନେଇଥିବାବେଳେ ୮ ତାରିଖରେ ୨୦ ଜଣଙ୍କର ଜୀବନ ଯାଇଥିଲା। ଉଲ୍ଲେଖ ଥାଉ କି ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ୨୧୯୭ ଜଣଙ୍କର ଜୀବନ ନେଇଥିବାବେଳେ ୫ ଲକ୍ଷ ୪୪ ହଜାର ୮୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ସକ୍ରିୟ ମାମଲା ୯୪୭୬୦ ରହିଛି।

Share Now:

Kalinga News Beuro

Next Post

ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ଜୁନ୍‌ ୨୩ରେ ଭୋଟ୍‌: ସିଡବ୍ଲୁସି

Mon May 10 , 2021
ନୂଆଦିଲ୍ଲୀ : କଂଗ୍ରେସ ପାର୍ଟିର ନୂତନ ଅଧ୍ୟକ୍ଷ ଚୟନ ନିମ‌ନ୍ତେ ଜୁନ୍‌ ୨୩ ତାରିଖରେ ମତଦାନ ଆୟୋଜନ କରାଯିବ ବୋଲି ଆଜି କଂଗ୍ରେସ ୱାର୍କିଙ୍ଗ୍‌ କମିଟି ନିଷ୍ପତ୍ତି ନେଇଛି। ପୁନଶ୍ଚ ଦଳର ଅଧ୍ୟକ୍ଷ ହେବା ଲାଗି ରାହୁଲ୍‌ ଗାନ୍ଧୀଙ୍କୁ ପ୍ରାୟ ଦୁଇ ବର୍ଷ ଧରି ବୁଝାଇବାରେ ଦଳର ବରିଷ୍ଠ ନେତାମାନେ ବିଫଳ ହେବାରୁ ଆଜି ଏକଥା ସ୍ଥିର ହୋଇଥିବା ଜଣାପଡ଼ିଛି। ସ୍ମରଣଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ […]
ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ଜୁନ୍‌ ୨୩ରେ ଭୋଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial