ଐତିହାସିକ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ଟଙ୍କା ଚୋରି

ଐତିହାସିକ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ଟଙ୍କା ଚୋରି

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଉପକଣ୍ଠ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଗଡ଼-ଖୋର୍ଦ୍ଧାରେ ଥିବା ଚାରିଶହ ପଚାଶ ବର୍ଷରୁ ଅଧିକ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଗତ ୯ ତାରିଖ ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିବା ବେଳେ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗିଥିବା ଦେଖିଥିଲେ। ଏହାପରେ ମନ୍ଦିର ଭିତରକୁ ଯାଇ ଅନ୍ୟ ସାମଗ୍ରୀ ଯାଞ୍ଚ କରିବା ବେଳେ ମନ୍ଦିର ହୁଣ୍ଡି ମଧ୍ୟ ଭାଙ୍ଗିଥିବା ଜାଣି ପରିଚାଳକଙ୍କୁ ସୂଚନା ଦେଇଥିଲେ । ତେବେ ଏନେଇ ଆଜି ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇଛି। ପରିଚାଳନା କମିଟି ସଭାପତି ବିଶ୍ୱମ୍ବର ମହାରାଜ କହିଛନ୍ତି ଯେ ଏହି ମନ୍ଦିରକୁ ଗଜପତି ରାମଚନ୍ଦ୍ର ଦେବ ପ୍ରଥମ ପ୍ରତିଷ୍ଠା କରିଥିଲେ। ୧୫୭୫ରେ ମୁସଲିମ ଆକ୍ରମଣକାରୀଙ୍କ ଯୋଗୁଁ ଏଠାରେ ଶ୍ରୀଜଗନ୍ନାଥଙ୍କୁ ରଖାଯିବା ସହ ନବକଳେବର ମଧ୍ୟ ହୋଇଥିଲା। ଏଭଳି ଏକ ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ମନ୍ଦିରରୁ ଗତ ୫ ବର୍ଷ ମଧ୍ୟରେ ୮ ଥର ଚୋରି ହୋଇଛି। ଦୁଇବର୍ଷ ପୂର୍ବେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଗୋପାଳଜୀଉ, ରାଧାରାଣୀ ଆଦି ୮ଟି ବିରଳ ଅଷ୍ଟଧାତୁ ମୂର୍ତି ଚୋରି ହୋଇଯାଇଥିଲା। ସେହିଭଳି କିଛି ବର୍ଷ ପୂର୍ବେ କୁଞ୍ଜବିହାରୀ ମନ୍ଦିରରୁ ଅଷ୍ଟଧାତୁ ବିଗ୍ରହ ଚୋରି ହୋଇଥିଲା। ଏହି ସମସ୍ତ ଘଟଣାର ଅପରାଧି ଏଯାଏଁ ଧରାପଡ଼ିନାହାନ୍ତି। ତୁରନ୍ତ ଅପରାଧୀଙ୍କୁ ଧରି ମନ୍ଦିର ମୂର୍ତି ଉଦ୍ଧାର କରିବାକୁ ପରିଚାଳକ ରମାକାନ୍ତ ପାଟ୍ଟଯୋଶୀ, କାର୍ଯ୍ୟକାରୀ ସଭାପତି ଅଜିତ ପଟ୍ଟନାୟକ, ସମ୍ପାଦକ ଗୋପାଳକୃଷ୍ଣ ଦାସ ପ୍ରମୁଖ ଦାବି କରିଛନ୍ତି।
ଅପରପକ୍ଷରେ ଏନେଇ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ କହିଛନ୍ତି ୮ ତାରିଖ ରାତିରେ ଚୋରି ହୋଇଥିଲା। ଆଜି ଏନେଇ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗ ଅନୁସାରେ ପ୍ରାୟ ୭ହଜାର ଟଙ୍କା ଚୋରି ହୋଇଛି। ଅଭିଯୋଗ ଭିତିରେ ୧୯୦/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଗୋଟିଏ ମନ୍ଦିରରୁ କ୍ରମାଗତ ଭାବେ ଚୋରି ହେବା ଘଟଣା ରହସ୍ୟମୟ ଲାଗୁଛି ଏଦିଗଟିକୁ ପୁଲିସ ତଦନ୍ତର ପରିସରକୁ ଆଣିଛି।

Share Now:

Kalinga News Beuro

Next Post

ମେ ୩୦ରେ କେରଳ ଛୁଇଁବ ମୌସୁମୀ : ସ୍କାଏମେଟର ଆକଳନ

Thu May 13 , 2021
ହାଇଦ୍ରାବାଦ : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ ସମୟରେ କେରଳ ଛୁଇଁବ ଓ ସ୍ବାଭାବିକ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି। ସ୍କାଏମେଟର ନୂଆ ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୩୦ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହି ତାରିଖ ୨-୩ ଦିନ ଆଗପଛ ହୋଇପାରେ। କେରଳରେ ଯ଼ଦି ମେ ୩୦ରେ ମୌସୁମୀ ଛୁଏଁ ତେବେ […]
ମେ ୩୦ରେ କେରଳ ଛୁଇଁବ ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial