ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ଜଣେ ୫୩ ବର୍ଷୀୟା ମହିଳା, ଜଣେ ୫୩ ବର୍ଷିୟ ପୁରୁଷ ଓ ୩୭ ବର୍ଷିୟ ପୁରୁଷ ଅଛନ୍ତି। ଅପରପକ୍ଷରେ ବାଲେଶ୍ବର ଜିଲ୍ଲାର ଜଣେ ୩୬ ବର୍ଷିୟ ପୁରୁଷ, ବରଗଡ଼ ଜିଲ୍ଲାର ଜଣେ ୪୨ ବର୍ଷିୟ ପୁରୁଷ, ଭୁବନେଶ୍ବରର ଜଣେ ୭୫ ବର୍ଷିୟ ପୁରୁଷ, ବଲାଙ୍ଗୀର ଜିଲ୍ଲାର ଜଣେ ୫୦ ବର୍ଷୀୟା ମହିଳା, ବୌଦ୍ଧ ଜିଲ୍ଲାର ଜଣେ ୬୫ ବର୍ଷିୟ ପୁରୁଷ, ଗଞ୍ଜାମ ଜିଲ୍ଲାର ଜଣେ ୨୯ ବର୍ଷିୟ ପୁରୁଷ, ଜଗତସିଂହପୁର ଜିଲ୍ଲାର ଜଣେ ୩୫ ବର୍ଷିୟ ପୁରୁଷ, କଳାହାଣ୍ଡି ଜିଲ୍ଲାର ଜଣେ ୫୪ ବର୍ଷିୟ ପୁରୁଷ, ମାଲକାନଗିରି ଜିଲ୍ଲାର ଜଣେ ୪୫ ବର୍ଷୀୟା ମହିଳା, ନୂଆପଡ଼ା ଜିଲ୍ଲାର ଜଣେ ୩୫ ବର୍ଷିୟ ପୁରୁଷ, ପୁରୀ ଜିଲ୍ଲାର ଜଣେ ୯୧ ଓ ଅନ୍ୟଜଣେ ୫୨ ବର୍ଷିୟ ପୁରୁଷ, ରାୟଗଡ଼ା ଜିଲ୍ଲାର ଜଣେ ୭୫ ବର୍ଷିୟ ପୁରୁଷ, ସମ୍ବଲପୁର ଜିଲ୍ଲାର ଜଣେ ୪୭ ବର୍ଷିୟ ପୁରୁଷ ଓ ଅନ୍ୟଜଣେ ୫୮ ବର୍ଷିୟ ପୁରୁଷ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ୫୮ ବର୍ଷିୟ ପୁରୁଷ ଓ ଅନ୍ୟଜଣେ ୫୧ ବର୍ଷୀୟା ମହିଳା ଥିବା ଜଣାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫୧କୁ ବୃଦ୍ଧି ପାଇଛି।

Share Now:

Kalinga News Beuro

Next Post

ଦ୍ବୈତନଗରୀରେ ପ୍ରାତଃଭ୍ରମଣ, ସାଇକେଲିଂ ମନା

Fri May 14 , 2021
୨୪ ଘଣ୍ଟିଆ ସେବା ଯୋଗାଉଛି ଡାଏଲ-୧୦୦ ଭୁବନେଶ୍ବର : ଭୁବନେଶ୍ବର ଓ କଟକରେ ପ୍ରାତଃଭ୍ରମଣ ବା ମର୍ଣ୍ଣିଂୱାକ୍‌, ସାନ୍ଧ୍ୟ ଇଭିନିଂ ୱାକ୍ ଓ ସାଇକେଲିଂ ଉପରେ କଟକଣା ଲାଗିଛି। ପାର୍କ ଓ ରାସ୍ତାରେ ଭିଡ଼ ହେଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍ ସମୟରେ ଏସବୁ ବନ୍ଦ ରହିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ପ୍ରିୟଦର୍ଶୀ […]
ଦ୍ବୈତନଗରୀରେ ପ୍ରାତଃଭ୍ରମଣ, ସାଇକେଲିଂ ମନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial