୧୧୦୯ ଆକ୍ରାନ୍ତ, ୧୦୭୭ ସୁସ୍ଥ, ଆଶା ଜାଗ୍ରତ କରୁଛି ସୁସ୍ଥ ସଂଖ୍ୟା

ଆଶା ଜାଗ୍ରତ କରୁଛି ସୁସ୍ଥ ସଂଖ୍ୟା

ଭୁବନେଶ୍ବର : ଗୁରୁବାର ଦୈନିକ ସଂକ୍ରମଣ ସଂଖ୍ୟା ୧୧ଶହ ଉପରକୁ ରହିଥିଲେ ବି ଦୁଇ ଦିନ ତୁଳନାରେ କମ୍‌ ରହିଛି। ୧୧୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୭୭ଜଣ ସୁସ୍ଥ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦୈନିକ ସୁସ୍ଥ ସଂଖ୍ୟା ହଜାରେ ଉପରେ ରହିବା ରାଜଧାନୀ ପାଇଁ ଭଲ ଖବର। ଯେବେ ରାଜଧାନୀରେ ଦୈନିକ ସୁସ୍ଥ ସଂଖ୍ୟା, ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ହେବ ଓ ଲଗାତାର ଏହି ଧାରା ଚାଲିବ, ସେତେବେଳେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ଗୁରୁବାର ୧୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୭୪ଜଣ ସଙ୍ଗରୋଧରୁ ଏବଂ ୯୩୫ଜଣ ସ୍ଥାନୀୟ ସଂକ୍ରମିତ। ଗୁରୁବାର ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଇଛି। ନୂଆପଲ୍ଲୀରୁ ସର୍ବାଧିକ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଚାର୍ଯ୍ୟବିହାରରୁ ୧୪ଜଣ, ବିଜେବି ନଗରରୁ ୧୨ଜଣ, ନୂଆପଲ୍ଲୀରୁ ୫୫ଜଣ, ଚନ୍ଦ୍ରଶେଖରପୁରରୁ ୩୧ଜଣ, ଖଣ୍ଡଗିରିରୁ ୩୭ଜଣ, ଲକ୍ଷ୍ମୀସାଗରରୁ ୩୧ଜଣ, ଏମ୍‌ସ ନଗରରୁ ୧୧ଜଣ, ଡୁମଡୁମାରୁ ୪୦ଜଣ, ଝାରପଡ଼ାରୁ ୨୦ଜଣ, ମଞ୍ଚେଶ୍ବରରୁ ୨୭ଜଣ, ବଡ଼ଗଡ଼ରୁ ୧୯ଜଣ, ଗଜପତିନଗରରୁ ୧୯ଜଣ, କଳିଙ୍ଗ ବିହାରରୁ ୧୫ଜଣ, ଜୟଦେବ ବିହାରରୁ ୧୭ଜଣ, ନୀଳାଦ୍ରିବିହାରରୁ ୧୮ଜଣ, ପୋଖରୀପୁଟରୁ ୧୬ଜଣ, ସୁନ୍ଦରପଦାରୁ ୨୫ଜଣ, ୟୁନିଟ୍‌-୬ରୁ ୨୨ଜଣ, ୟୁନିଟ-୯ରୁ ୧୯ଜଣ, ପଟିଆରୁ ୭୧ଜଣ, ପୁରୁଣା ଭୁବନେଶ୍ବରରୁ ୫୫ଜଣ, ଶୈଳଶ୍ରୀ ବିହାରରୁ ୨୩ଜଣ, ରସୁଲଗଡ଼ରୁ ୧୮ଜଣ, ସହିଦନଗରରୁ ୨୯ଜଣ, ସିଆରପିଏଫ୍‌ କ୍ୟାମ୍ପସରୁ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୧୦ରୁ ଅଧିକ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

କରୋନା ପାଇଁ ସଂକଟରେ ଗୋ-ସଂପଦ: ରୋଗରେ ଛଟପଟ ହେଉଛନ୍ତି ଗୃହପାଳିତ ପଶୁ

Fri May 14 , 2021
୫ ଦଫା ଦାବିରେ କଳାବ୍ୟାଜ୍‌ ପିନ୍ଧିଲେ ପ୍ରାଣୀ ଚିକିତ୍ସକ ବାଲିପାଟଣା: କରୋନା ମହାମାରୀ ସମୟରେ ତାଲା ବନ୍ଦ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗୋ ସଂପଦ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରାଣୀ ଚିକିତ୍ସକମାନେ ୫ ଦଫା ଦାବି ନେଇ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟାଳୟରେ କର୍ତ୍ତବ୍ୟ କରୁଛନ୍ତି। ମାତ୍ର ଘରକୁ ଯାଇ ପ୍ରାଣୀ ଚିକିତ୍ସା କରିବା ପାଇଁ ମନା କରିଦେଉଛନ୍ତି। ଏଭଳି ପରିସ୍ଥିତିରେ […]
କରୋନା ପାଇଁ ସଂକଟରେ ଗୋ-ସଂପଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial