ରାଜଧାନୀରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ୧୩୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଚିହ୍ନଟ ହୋଇଥିବା ୧୩୫୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨୧୮ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୬୩୪ରେ ପହଞ୍ଚିଛି। ସେହିପରି ଏବେ ବି ରାଜଧାନୀରେ କରୋନା ସକ୍ରିୟ ମାମଲା ୧୨୯୦୬ରହିଛି। ଦୁଃଖର କଥା କରୋନାରେ ସଂକ୍ରମିତ ହୋଇ ଏଯାବତ ୨୯୩ଜଣଙ୍କ ମୃତ୍ୟୁ ହୋଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବାରମ୍ବାର ଲୋକମାନଙ୍କୁ ସଚେତନ କରିବା ସହିତ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛନ୍ତି। କାରଣ ନିଜର ସୁରକ୍ଷା ନିଜ ହାତରେ ହିଁ ରହିଛି। ସେହିପରି ଆଜି ସୁସ୍ଥ ହୋଇଥିବା ୯୩୮ଙ୍କୁ ମିଶାଇଲେ ଏଯାବତ ୪୯୨୨୪ଜଣ କରୋନାରେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share Now:

Kalinga News Beuro

Next Post

ବୋମା ବିସ୍ଫୋରଣରେ ବସ ଉଡାଇବା ଘଟଣା:୨ ନକ୍ସଲ ଗିରଫ

Sun May 16 , 2021
ମାଲକାନଗିରି: ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୁଲିସ ଆଜି ୨ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। କିଛି ମାସ ତଳେ ବାରାସୁର ଠାରୁ ନାରାୟଣପୁରକୁ ଯାଉଥିବା ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇ ଖଞ୍ଜି ଯବାନଙ୍କ ବସକୁ ଟାର୍ଗେଟ କରିଥିଲେ। ଯାହାଫଳରେ ଯବାନଙ୍କୁ ନେଇ ଯାଉଥିବା ବସ ବୋମା ବିସ୍ଫୋରଣରେ ଉଡିଯାଇଥିଲା। ଏଥିରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ଏହି ଅଞ୍ଚଳରେ ପୁଲିସ ଲଗାତାର ସର୍ଚ୍ଚ ଅପରେସନ […]
୨ ନକ୍ସଲ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial