ବୋମା ବିସ୍ଫୋରଣରେ ବସ ଉଡାଇବା ଘଟଣା:୨ ନକ୍ସଲ ଗିରଫ

୨ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୁଲିସ ଆଜି ୨ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। କିଛି ମାସ ତଳେ ବାରାସୁର ଠାରୁ ନାରାୟଣପୁରକୁ ଯାଉଥିବା ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇ ଖଞ୍ଜି ଯବାନଙ୍କ ବସକୁ ଟାର୍ଗେଟ କରିଥିଲେ। ଯାହାଫଳରେ ଯବାନଙ୍କୁ ନେଇ ଯାଉଥିବା ବସ ବୋମା ବିସ୍ଫୋରଣରେ ଉଡିଯାଇଥିଲା। ଏଥିରେ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ଏହି ଅଞ୍ଚଳରେ ପୁଲିସ ଲଗାତାର ସର୍ଚ୍ଚ ଅପରେସନ ଜାରି ରଖିଥିଲା। ତେବେ ଗିରଫ ହୋଇଥିବା ଦୁଇ ନକ୍ସଲ ଏହି ରାସ୍ତାରେ ନକ୍ସଲଙ୍କୁ ସୂଚନା ପ୍ରଦାନ କରିବା ପାଇଁ ରହିଥିଲେ। ଏମାନେ ନକ୍ସଲଙ୍କୁ ପୁଲିସର ଗତିବିଧି, ଯବାନଙ୍କ ଗାଡି କେଉଁ ସମୟରେ ଏଠାରେ ଅତିକ୍ରମ କରିବ ଭଳି ବହୁ ସୂଚନା ନକ୍ସଲଙ୍କୁ ପ୍ରଦାନ କରୁଥିଲେ। ପୁଲିସ ଏହି ଦୁଇ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଛୋଟେ ଡଂଗର ଥାନା ଅଞ୍ଚଳରୁ ଏହି ଦୁଇ ନକ୍ସଲ ଗିରଫ ହୋଇଛନ୍ତି।

Share Now:

Kalinga News Beuro

Next Post

ଆଦିବାସୀ ଅଞ୍ଚଳରେ ମାଡ଼ିଲା କରୋନା : ବିପଦରେ ଡଙ୍ଗରିଆ

Mon May 17 , 2021
ବଣ୍ଡାଘାଟିରେ ୧୨ ପଜିଟିଭ୍‌ ରାୟଗଡ଼ା/କଲ୍ୟାଣସିଂହପୁର : କରୋନା କବଳରୁ ବର୍ତ୍ତି ପାରିନାହାନ୍ତି ବିରଳ ଜନଜାତି ଡଙ୍ଗରିଆ ସଂପ୍ରଦାୟ। ପୂର୍ବ ଘାଟ ପର୍ବତମାଳାର ନିୟମଗିରରେ ବାସ କରୁଥିବା ୪ଟି ଡଙ୍ଗରିଆ ଗାଁକୁ ଇତିମଧ୍ୟରେ କରୋନା ବ୍ୟାପିଛି। ପାର୍ସାଲି ସରପଞ୍ଚଙ୍କ ସମେତ ଫାକେରୀ, ବୁଡୁଣି, ଟେବାପଡ଼ା, ନିର୍ଗୁଣ୍ଡି ଗ୍ରାମର ୧୯ ଡଙ୍ଗରିଆ ଗତକାଲି ସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି କି ଭଳି ନିୟନ୍ତ୍ରଣ ହେବ, ଚିନ୍ତାରେ […]
ଆଦିବାସୀ ଅଞ୍ଚଳରେ କରୋନା ମାଡ଼ିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial