ରାଜଧାନୀ ପାଇଁ ଆଶ୍ବସ୍ତି: ଆକ୍ରାନ୍ତ କମିଲେ, ସୁସ୍ଥ ବଢ଼ି‌ଲେ

ରାଜଧାନୀ ପାଇଁ ଆଶ୍ବସ୍ତି

ଏମିତି ସ୍ଥିତି ଜାରି ରହିଲେ କରୋନା ନିୟନ୍ତ୍ରଣକୁ ଆସିବ: ବିଶେଷଜ୍ଞ

ଭୁବନେଶ୍ବର : ଦୀର୍ଘ ଦିନ ପରେ ରାଜଧାନୀବାସୀଙ୍କୁ ଟିକେ ଆଶ୍ବସ୍ତ କଲା ଭଳି ଖବର ଆସିଛି। ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ଆଜି ୮୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୩୬ଜଣ ସୁସ୍ଥ ହୋଇଛନ୍ତି। ଯଦି ଏହି ଧାରା ଜାରି ରହେ ତେବେ ରାଜଧାନୀରେ କରୋନା ସଂକ୍ରମଣ ଖୁବ୍‌ ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ପୂର୍ବଦିନଗୁଡ଼ିକ ତୁଳନାରେ ସଟ୍‌ଡାଉନ୍ ପାଇଁ ରବିବାର କମ୍‌ କୋଭିଡ୍‌ ପରୀକ୍ଷା ହୋଇଥିବାବେଳେ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆକ୍ରାନ୍ତ ଚିହ୍ନଟ ହାର ପୂର୍ବଦିନଗୁଡ଼ିକ ଭଳି ଥିବାରୁ ଏହା ଅଧିକ ଉତ୍ସାହଜନକ ନୁହେଁ ବୋଲି କୁହାଯାଉଛି। ଅପରପକ୍ଷରେ ଆଜି ପଟିଆ, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ଲକ୍ଷ୍ମୀସାଗର, ଖଣ୍ଡଗିରି ଅଞ୍ଚଳରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାବେଳେ ଅଧିକ ଲୋକ ସୁସ୍ଥ ହେବା ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ବାସନା ଆଣିଛି। ଅନ୍ୟପକ୍ଷରେ ରାଜଧାନୀରେ ରବିବାର ୧୩୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୮୬୪ଜଣ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏବଂ ଦିନକରେ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୫୦୦ କମିଯିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି। ହେଲେ ଏହି ଧାରା କେତେଦିନ ଜାରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୮୬୪ଜଣ ଆକ୍ରା‌ନ୍ତଙ୍କ ମଧ୍ୟରୁ ୧୩୪ଜଣ ସଙ୍ଗରୋଧରୁ ଏବଂ ୭୩୦ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସବୁଠୁ ଅଧିକ ୩୮ଜଣ ଆକ୍ରାନ୍ତ ପୁରୁଣା ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ସେହିପରି ବି‌‌ଜେବିନଗରରୁ ୧୨ଜଣ, ଖଣ୍ଡଗିରିରୁ ୩୭, ଚନ୍ଦ୍ରଶେଖରପୁରରୁ ୨୪, ନୂଆପଲ୍ଲୀରୁ ୩, ଡୁମଡୁମାରୁ ୩୪, ନୀଳାଦ୍ରିବିହାରରୁ ୨୧, ଲକ୍ଷ୍ମୀସାଗରରୁ ୧୬, ବରମୁଣ୍ଡାରୁ ୧୮, ଭୀମଟାଙ୍ଗିରୁ ୧୪, ଶୈଳଶ୍ରୀବିହାରରୁ ୧୭, ପଳାସୁଣିରୁ ୧୩, ପଟିଆରୁ ୩୦, ପାତ୍ରପଡ଼ାରୁ ୧୯, ୟୁନିଟ-୩ରୁ ୧୨, ପୋଖରୀପୁଟରୁ ୧୪, ୟୁନିଟ-୪ରୁ ୮, ୟୁନିଟ-୬ରୁ ୨୦, ରସୁଲଗଡ଼ରୁ ୨୯, ସହିଦନଗରରୁ ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ମୋଟ୍ ମୃତକଙ୍କ ସଂଖ୍ୟା ୨୯୬ରେ ପହଞ୍ଚିଛି।

Share Now:

Kalinga News Beuro

Next Post

ସତ୍ୟନଗର ଶ୍ମଶାନର ୪ କର୍ମଚାରୀ କରୋନା ଆକ୍ରାନ୍ତ

Tue May 18 , 2021
ଭୁବନେଶ୍ବର : ସତ୍ୟନଗର ଶ୍ମଶାନରେ କୋଭିଡ୍‌ ଡ୍ୟୁଟି କରୁଥିବା ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ତିନିଜଣ ଅଧିକାରୀ ଥିବା ବେଳେ ଜଣେ କିରାଣୀ ଅଛନ୍ତି। ସେମାନେ ରବିବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ହେଲେ ଏହାଦ୍ବାରା ଶବ ସତ୍କାରରେ କୌଣସି ସମସ୍ୟା ହେଉନି କି ହେବ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସିରୁ ମିଳିଥିବା‌ ସୂଚନା ଅନୁଯାୟୀ, ଏବେ ୪ଜଣ ଲୋକ ସତ୍ୟନଗର […]
ସତ୍ୟନଗର ଶ୍ମଶାନର ୪ କର୍ମଚାରୀ ଆକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial