ଆୟକର ରିଟର୍ଣ୍ଣ ଫାଇଲ ଶେଷ ତାରିଖକୁ ବୃଦ୍ଧି କଲା ଆୟକର ବିଭାଗ

ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ବୃଦ୍ଧି କଲା ଆୟକର ବିଭାଗ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହର ଯ଼ୋଗୁଁ ଟିକସଦାତା ମାନେ ପ୍ରଭାବିତ ହୋଇଥିବାରୁ ଆୟକର ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ୨ ମାସ ପର୍ୟ଼୍ୟନ୍ତ ବୃଦ୍ଧି କରିଛନ୍ତି। ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ୟକ୍ତିଗତ ଆୟକରଦାତାମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିବାବେଳେ ତାହାକୁ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯ଼ାଇଛି। ପୁଣି ଯ଼େଉଁମାନଙ୍କ ଆକାଉଣ୍ଟ ଅଡିଟ ଯ଼ୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧କୁ ବୃଦ୍ଧି କରାଯ଼ାଇଛି। ଏଠାରେ ଉଲ୍ଲେଖଯ଼ୋଗ୍ୟ ଯ଼େ ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ସାରାଦେଶରେ ଲକଡାଉନ ଘୋଷଣା କରାଯ଼ାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ବଢାଇଦିଆଯ଼ାଇଥିଲା। ଏବର୍ଷ ୨ୟ ଲହରୀ ଆସିବା ପରେ ଶେଷତାରିଖକୁ ବଢାଇବାକୁ ଟିକସଦାତାମାନେ ଦାବି କରିଆସୁଥିଲେ। ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ଆୟକର ବିଭାଗ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯ଼ାଇଛି।

Share Now:

Kalinga News Beuro

Next Post

ବର୍ଷାରେ ଧୋଇଗଲା ବ୍ରିଜ୍-ଯୋଗାଯୋଗ ବିଚ୍ଛିନ୍ନ

Thu May 20 , 2021
ବୈପାରିଗୁଡା: ବର୍ଷାରେ ବ୍ରିଜ୍ ଧୋଇ ହୋଇଗଲା। ଯାହାଫଳରେ ଗମନାଗମନରେ ବାଧା ସୃଷ୍ଟି ହେବାସହ ଲୋକଙ୍କ ଜୀବନ ଜୀବିକାରେ ମଧ୍ୟ ସମସ୍ୟା ଦେଖାଦେଇଛି। ବ୍ରିଜ୍ ପୁନଃ ନିର୍ମାଣ ପାଇଁ ଦାବୀ କରିବା ସତ୍ତ୍ୱେ କାର୍ଯକାରୀ ହୋଉନାହିଁ। ଏହା ହେଉଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର ବଣ୍ଡକାଗୁଡା ଗ୍ରାମବାସୀଙ୍କ ଦୁଃଖ। ଆଭ୍ୟନ୍ତରୀଣ ଅଞ୍ଚଳର ଗ୍ରାମ ଗୁଡିକର ମଧ୍ୟରେ ଯୋଗାଯୋଗର ସୁବ୍ୟବସ୍ଥା ପାଇଁ ରାସ୍ତା ନିର୍ମାଣ ଦିଗରେ ସରକାର କୋଟି […]
ବର୍ଷାରେ ଧୋଇଗଲା ବ୍ରିଜ୍ ଯୋଗାଯୋଗ ବିଚ୍ଛିନ୍ନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial