କରୋନା ପରେ ବ୍ଲାକଫଙ୍ଗସ : ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସରକାର

କରୋନା ପରେ ବ୍ଲାକଫଙ୍ଗସ

ଔଷଧ ଉତ୍ପାଦନ ପାଇଁ ଆଉ ୫ଟି କମ୍ପାନୀକୁ ଦେଲେ ଅନୁମତି

ନୂଆଦିଲ୍ଲୀ: ଦେଶରେ ବ୍ଲାକଫଙ୍ଗସ ବଢୁଥିବାବେଳେ ଏହା ସହ ଜଡିତ ଔଷଧର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ଦେଶରେ ବଢୁଥିବା ବ୍ଲାକଫଙ୍ଗସ(ମୁକର୍ମାଇକୋସିସ୍) ପାଇଁ ବ୍ୟବହୃତ ଔଷଧର ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଆହୁରି ୫ଟି ନୂତନ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି କମ୍ପାନୀ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିଲେ। ଏଥିମଧ୍ୟରେ ଭାରତ ସେରମ୍ ଆଣ୍ଡ ଭ୍ୟାକସିନ ଲିମିଟେଡ୍, ବିଡ଼ିଆର ଫାର୍ମାସ୍ୟୁଟିକାଲ୍ସ, ସନ୍ ଫାର୍ମା, ସିପ୍ଲା, ଲାଇଫ୍ କେୟାର ଇନୋଭେସନ୍ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିଲେ। ଅନ୍ୟପଟେ ଔଷଧ ନିର୍ମାଣକାରୀ କମ୍ପାନୀ ମାଇଲାନ୍ ଲ୍ୟାବ ଦେଶ ବାହାରୁ ଔଷଧ ଆମଦାନୀ କରୁଥିବାବେଳେ ସରକାର ବର୍ତ୍ତମାନ ନୂତନ ୫ଟି କମ୍ପାନୀକୁ ଔଷଧ ଉତ୍ପାଦନ ପାଇଁ ଅନୁମତି ଦେଇଛନ୍ତି। ଏହି ସବୁ କମ୍ପାନୀଗୁଡ଼ିକ ହେଲେ ନାଟ୍କୋ ଫାର୍ମାସ୍ୟୁଟିକାଲ୍ସ, ଆଲେମ୍ବିକ୍ ଫାର୍ମାସ୍ୟୁଟିକାଲ୍ସ, ଗୁଫିକ୍ ବାୟୋ ସାଇନ୍ସ, ଏମ୍କୁର ଫାର୍ମାସ୍ୟୁଟିକାଲ୍ସ ଏବଂ ଲାଇକା। ଏହା ପରେ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ କରୁଥିବା କମ୍ପାନୀ ସଂଖ୍ୟା ୧୦ରେ ପହଁଞ୍ଚିଛି। ସୂଚନାନୁସାରେ, ଦେଶର ପୁରୁଣା ୫ଟି କମ୍ପାନୀ ମେ ମାସରେ ୧ ଲକ୍ଷ ୬୩ ହଜାର ୭୫୨ ଭାଏଲ ଉତ୍ପାଦନ କରିଥିଲେ। ଏହି କ୍ଷମତାକୁ ଜୁନ୍ ମାସରେ ୨ ଲକ୍ଷ ୫୫ ହଜାର ୧୧୪କୁ ବୃଦ୍ଧି କରିବାର ଯୋଜନା ଅଛି। ମେ ମାସରେ ୩ ଲକ୍ଷ ୬୩ ହଜାର ଭାଏଲ ଦେଶକୁ ଆମଦାନୀ ହୋଇଥିଲା। ବର୍ତ୍ତମାନ ଜୁନ୍ ମାସରେ ୩ ଲକ୍ଷ ୧୫ ହଜାର ଭାଏଲ ଆମଦାନୀ ହେବ। ଏଭଳି ପରିସ୍ଥିତିରେ ଜୁନ୍ ମାସରେ ଦେଶରେ ମୋଟ ୫ ଲକ୍ଷ ୭୦ ହଜାର ୧୧୪ ଟିକା (ଭାଏଲ) ଉପଲବ୍ଧ ହେବ।

Share Now:

Kalinga News Beuro

Next Post

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ

Fri May 21 , 2021
ଭୁବନେଶ୍ବର : କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ। ନିୟମ ଅନୁଯାୟୀ ନିର୍ବାଚନ କରାଯାଇ ନଥିବାରୁ ନିର୍ବାଚନ ରଦ୍ଦ କଲେ ହାଇକୋର୍ଟ। ନିର୍ବାଚନ ପାଇଁ ନିୟମ ଉଲ୍ଲଘଂନ ଆଣିଥିଲେ ଟିଡିପି ଓ ବିଜେପି। ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଟିଡିପି ଓ ବିଜେପି। ଅଭିଯୋଗ ପରେ ଆବେଦନର ଶୁଣାଣି କରି ଜିଲ୍ଲା ପରିଷଦ ନିର୍ବାଚନକୁ ରଦ୍ଦ କଲେ ଖଣ୍ଡପୀଠ। କୋଟିଆରେ ଆନ୍ଧ୍ରର ଏହି […]
କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial