ମମତାଙ୍କ ପାଇଁ ଇସ୍ତଫା ଦେଲେ ଶୋଭନ ଦେବ: ତାଙ୍କ ବଦଳରେ ମମତା ଲଢ଼ିବେ ନିର୍ବାଚନ

ମମତାଙ୍କ ପାଇଁ ଇସ୍ତଫା ଦେଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ। ହେଲେ ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ। ହେଲେ ଭବାନୀପୁରରୁ ବିଧାୟକ ଭାବେ ଜିତିଥିବା ଟିଏମସି ନେତା ଶୋଭନ ଦେବ ଆଜି ବିଧାୟକ ପଦରୁ ଇସ୍ତଫା ଦେବା ପରେ ମମତା ବାନାର୍ଜର ଭବାନୀପୁର ଆସନରୁ ପ୍ରାର୍ଥୀ ହେବା ନେଇ ଅନୁମାନ କରାଯାଉଛି। କହିରଖୁ କି ଭବାନୀପୁର ମମତା ବାନାର୍ଜୀଙ୍କର ପାରମ୍ପରିକ ଆସନ। ସେପଟେ ଆଇନ ମୁତାବକ ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚନ ଜିତି ବିଧାନସଭା ସଦସ୍ୟ ହେବାକୁ ପଡିବ।
ଅନ୍ୟପଟେ ଆଜି ଇସ୍ତଫା ଦେବା ପରେ ଶୋଭନ ଦେବ କହିଛନ୍ତି କି ମମତା ବାନାର୍ଜୀଙ୍କୁ ୬ ମାସ ମଧ୍ୟରେ ରାଜ୍ୟର ଯେ କୌଣସି ଆସନରୁ ଜିତି ବିଧାନସଭାର ସଦସ୍ୟ ହେବାକୁ ପଡିବ। ଏପଟେ ତାଙ୍କ ଆସନରୁ ପ୍ରତିଦ୍ୱନ୍ଦିତା କରି ମୁଁ ବିଜୟୀ ହୋଇଥିଲି। ‘ମୁଁ ଏଥିପାଇଁ ଇସ୍ତଫା ଦେଉଛି କି, ଦିଦି ସହଜରେ ବିଧାନସଭା ନିର୍ବାଚନ ଜିତନ୍ତୁ ଓ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗବାସୀଙ୍କ ସେବା କରନ୍ତୁ ’। କେବଳ ଚଳିତ ନିର୍ବାଚନ ନୁହେଁ , ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ସୁବ୍ରତ ବକ୍ସି ନିର୍ବାଚିତ ହୋଇଥିଲେ। ହେଲେ ସେ ଇସ୍ତଫା ଦେଇଥିଲେ। ତା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଥାଇ ଭବାନୀପୁର ଆସନରୁ ନିର୍ବାଚନ ଲଢି ବିଧାନସଭାର ସଦସ୍ୟ ହୋଇଥିଲେ। ଧାରା ୧୬୪ ମୁତାବକ ‘ଜଣେ ମନ୍ତ୍ରୀ ଯିଏ କି ଲଗାତର ଭାବେ ୬ ମାସ ଯାଏ ରାଜ୍ୟ ବିଧାନସଭାର ସଦସ୍ୟ ନହୋଇ ବି ମନ୍ତ୍ରୀ ପଦରେ ରହିପାରିବ। ମାତ୍ର ୬ ମାସ ଅତିକ୍ରମ କରିବା ପରେ ସେ ଯଦି ବିଧାନସଭାର ନିର୍ବାଚିତ ସଦସ୍ୟ ହୋଇ ନ ପାରନ୍ତି ତେବେ ତାଙ୍କ ମନ୍ତ୍ରୀ ପଦ ଚାଲିଯିବ ’। ଏହାସହ ପଶ୍ଚିମବଙ୍ଗରେ ବିଧାନପରିଷଦ ନଥିବାରୁ ମମତା ବାନାର୍ଜୀଙ୍କୁ କୌଣସି ବି ଆସନରୁ ନିର୍ବାଚନ ଲଢି ୬ ମାସ ମଧ୍ୟରେ ବିଧାନସଭା ସଦସ୍ୟ ହେବାକୁ ପଡିବ। ତେଣୁ ସେ ଭବାନୀପୁର ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି।

Share Now:

Kalinga News Beuro

Next Post

ସୁନ୍ଦରଲାଲ ବହୁଗୁଣାଙ୍କର ୯୪ ବର୍ଷରେ ପରଲୋକ

Sat May 22 , 2021
ନୂଆଦିଲ୍ଲୀ : ବିଶିଷ୍ଟ ପରିବେଶବିତ୍‌ ତଥା ଚିପ୍‌କୋ ଆନ୍ଦୋଳନର ପ୍ରବର୍ତ୍ତକ ସୁନ୍ଦରଲାଲ ବହୁଗୁଣାଙ୍କର ଶୁକ୍ରବାର ୯୪ ବର୍ଷରେ ପରଲୋକ ହୋଇଯାଇଛି। ମଧ୍ୟାହ୍ନ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଥିବା ବିଷୟ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ଏମ୍‌ସ ପକ୍ଷରୁ ଘୋଷଣା କରାଯାଇଛି। କରୋନାରେ ଆକ୍ରାନ୍ତ ହେବାପରେ ଗତ ୮ ତାରିଖରୁ ସେ ଏହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କ ଶରୀରର ଅମ୍ଳଜାନ ସ୍ତର […]
ସୁନ୍ଦରଲାଲ ବହୁଗୁଣାଙ୍କର ୯୪ ବର୍ଷରେ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial