ଡ୍ରେନ୍‌ରେ ମୋ ସାଇକେଲ୍‌

ଡ୍ରେନ୍‌ରେ ମୋ ସାଇକେଲ୍‌

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି କର୍ତ୍ତୃପକ୍ଷ ମୋ ସାଇକେଲ୍‌ ପ୍ରତି କେତେ ତତ୍ପର ଓ ଦାୟିତ୍ବବାନ, ତାହା ରାସ୍ତା‌କଡ଼ରେ ଗଡ଼ୁଥିବା ମୋ ସାଇକେଲ୍‌କୁ ଦେଖିଲେ ଜଣାପଡ଼ୁଛି। ହେଲେ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ଅଧିକାରୀମାନେ କେ‌ତେ ଦାୟିତ୍ବହୀନ, ତାହା ଆଜି ଜାଣିବାକୁ ମିଳିଛି। ଚିନ୍ତାମଣିଶ୍ବର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍ ୬ରୁ ଜାଲି ଗଳି ନିକଟରେ ରବିବାର ଦିନ ଗୋଟିଏ ମୋ ସାଇକେଲ୍‌ କଢ଼ାଯାଇଛି। ସାଇକେଲ୍‌ଟି ମାସାଧିକ କାଳ ଡ୍ରେନ୍‌ରେ ପୋତି ହୋଇ ପଡ଼ିଥିଲେ ବି କିପରି କର୍ତ୍ତୃପକ୍ଷ ଜାଣିପାରି‌ଲେନି, ତାହା ଆଶ୍ଚର୍ଯ୍ୟ କରୁଛି। ଡ୍ରେନ୍‌ରେ ପୋତି ହୋଇଥିବା ଏହି ହେକ୍ସି ସାଇକେଲ୍‌ଟି ଚଲାଇବା ଅବସ୍ଥାରେ ନଥିବା ବେଳେ କିପରି ଏହାକୁ ଟ୍ରାକ୍‌ କରାଯାଇପାରିଲାନି, ତାହା ଆଶ୍ଚର୍ଯ୍ୟ କରୁଛି। ଏଥିରେ ଜିପିଏସ୍‌ ଲାଗିଥିବା ବେଳେ ହେକ୍ସି କି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏହାକୁ ଟ୍ରାକ୍ କରି ଉଠାଇ ପାରିଥା’ନ୍ତେ। ହେଲେ ତାହା ହେଲାନି, ବରଂ ଯେଉଁ ସାଇକେଲ୍‌ ଗୋଟାକୁ ୨୫ହଜାର ଟଙ୍କା ଲେଖାଏଁ ଦେଇ କିଣିଥିଲେ ସେଥିରୁ ଗଣ୍ଡା ଗଣ୍ଡା ସାଇକେଲ୍‌ର ଏବେ ଚିହ୍ନବର୍ଣ୍ଣ ନାହିଁ। ବାବୁମାନେ କ’ଣ ଏତେ ବେପରୁଆ ଯେ, ସାଇକେଲ୍‌ ଡ୍ରେନ୍‌ରେ ମାସାଧିକ କାଳ ପୋତି ହୋଇ ରହିବା ପରେ ଜାଣିପାରିଲେନି।

Share Now:

Kalinga News Beuro

Next Post

ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ ପ୍ରସଙ୍ଗ: ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ଧାରଣା

Mon May 24 , 2021
ଭୁବନେଶ୍ବର : ଗତବର୍ଷ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସ ପକ୍ଷରୁ ଘଣ୍ଟିକିଆ ଧାରଣା ଦିଆଯିବ। ଏଥିରେ ରାଜ୍ୟ ମହିଳା, ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ସାମିଲ ହେବେ। ଗତକାଲି ଏ ସମ୍ପର୍କରେ ଏକ ପ୍ରେସ୍‌ ବିବୃତି ଜାରି କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]
ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ି କରିବା ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial