ରାଜ୍ୟରେ ସଂକ୍ରମଣ ଶୀର୍ଷରେ କଟକ : ଗାଁ ହେଲାଣି ହଟ୍‌ସ୍ପଟ୍‌, ସଂକ୍ରମଣ ୬ଶହ ମୁହାଁ

ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ରାଜ୍ୟରେ କରୋନା ସଂକ୍ରମଣର ଶୀର୍ଷ ତାଲିକାରେ ରହିଛି କଟକ। ଖୋର୍ଦ୍ଧାକୁ ଆଜି କଟକ ଟପି ଯାଇଛି। ଗାଁଗୁଡିକରେ ସଂକ୍ରମଣ ମାଡି ଚାଲିଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ। ଏଭଳିସ୍ଥିତିରେ ଏବେ ବାତ୍ୟା ସହ କରୋନା ମୁକାବିଲା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗୃହ ସଙ୍ଗରୋଧରେ ଥିବା ସଂକ୍ରମିତଙ୍କ ଚିକିତ୍ସା ଏଭଳି ସମୟରେ କିପରି କରାଯିବ, ସବୁ କୋଭିଡ୍‌ ହସ୍ପିଟାଲ ଓ ସିସିସିରେ ନିରବଚ୍ଛିନ୍ନ ବିଦ୍ୟୁତ୍‌, ପାଣି ଯୋଗାଣ ସହ ଅକ୍ସିଜେନ୍‌ ଓ ଖାଦ୍ୟ ଉପରେ ଗୁରୁତ୍ବ ଦେଉଛି ପ୍ରଶାସନ। ଗତକାଲି ଜିଲ୍ଲାରେ ୧୧୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରୁ ସହରରରୁ ୫୦୩ଜଣ ଓ ଗାଁରୁ ୫୯୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଯଦି ପ୍ରଶାସନ ଦେଇଥିବା ତାଲିକାକୁ ମିଶାଯାଏ ବା ଅନ୍ୟ ଜିଲ୍ଲା ବୋଲି ଯାହାକୁ ଧରାଯାଉଛି ଓ ସେମାନେ କଟକରେ ରହୁଛନ୍ତି ତାହେଲେ ଏହି ତାଲିକା ୬ଶହ ଟପିଯିବ ବୋଲି କୁହାଯାଉଛି। ସୋମବାର କଟକ ଜିଲ୍ଲାରେ ୩୮ଶହ ଟେଷ୍ଟିଂ କରାଯାଇଥିବାବେଳେ ସେଥିରୁ ୧୫୨୮ଟି ଆରଟିପିସିଆର ଓ ୨୨୨୨ଟି ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ତେବେ ୨୨୨୨ଆଣ୍ଟିଜେନ୍‌ ପରୀକ୍ଷାରୁ ୫୮୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଠଗଡ଼ରୁ ସର୍ବାଧିତକ ୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି କଟକରୁ ସୋମବାର ୧୧୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ ସହରରୁ ୫୦୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବକ୍ସିବଜାରୁ ୧୮, ଚାନ୍ଦିନୀଚୌକ ୧୮, ଚାଉଳିଆଗଞ୍ଜରୁ ୨୨, ଜଗତପୁରରୁ ୨୩, ପିଠାପୁରରୁ ୧୫, ନୁଆବଜାରରୁ ୧୫, ସିଡିଏରୁ ବିଭିନ୍ନ ସେକ୍ଟରୁ ୫୦ଜଣ ସଂକ୍ରମିତ ଚିହ୍ନିତ ହୋଇଛନ୍ତି। ସେହିପରି ସହରରେ ସଂକ୍ରମିତଙ୍କ ସଂଖ୍ୟା ୩୧ହଜାର ଟପିଛି ଓ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୫୨୪୩ରେ ପହଞ୍ଚିଛି।
କଟକ ଗ୍ରାମାଞ୍ଚଳର ଆଠଗଡ଼ରୁ ସର୍ବାଧିକ ୭୩ଜଣ, ମାହାଙ୍ଗାରୁ ୬୮, ଟାଙ୍ଗୀରୁ ୬୫, ଚୌଦ୍ବାରରୁ ୪୭, ବାଙ୍କୀରୁ ୪୬, କଟକସଦରରୁ ୪୪, ବାରଙ୍ଗରୁ ୪୩, ନିଶ୍ଚିନ୍ତକୋଇଲିରୁ ୪୨, ନିଆଳିରୁ ୩୪, ନରସିଂହପୁରରୁ ୩୩, ସାଲେପୁରରୁ ୩୨, ବଡ଼ମ୍ବାରୁ ୧୬, ଡମପଡାରୁ ୯, ତିଗିରିଆରୁ ୧୩ ଓ ଅନ୍ୟଜିଲ୍ଲାରୁ ୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସୋମବାର କଟକ ଜିଲ୍ଲାରେ ୨୨୨୨ ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୫୮୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛଥିଲେ। ଆଠଗଡ଼ରୁ ୬୮, ବାଙ୍କୀରୁ ୩୧, ସାଲେପୁରରୁ ୨୪, ଟାଙ୍ଗୀରୁ ୪୮, ତିଗିରିଆରୁ ୪, ଡମପଡାରୁ ୨୦, କଣ୍ଟାପଡାରୁ ୧୧, ମାହାଙ୍ଗାରୁ ୧୬, ବାରଙ୍ଗରୁ ୩୪, ବଡମ୍ବାରୁ ୧୭, ନରସିଂହପୁରରୁ ୪୭, ନିଶ୍ଚିନ୍ତକୋଇଲିରୁ ୧୬, କଟକ ସଦରରୁ ୨୬, ନିଆଳିରୁ ୬, ‌ରେଳ ଷ୍ଟେସନ୍‌ରୁ ୨, ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରୁ ୨୪ଜଣ, ଚାଉଳିଆଗଞ୍ଜ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରୁ ୩୧ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ପୂର୍ବର ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକ ସ‌ମେତ ଘରୋଇ ହସ୍ପିଟାଲ ଅଶ୍ବିନୀ ହସ୍‌ପିଟାଲ୍‌, ମୁନ୍‌ ହସ୍‌ପିଟାଲ୍‌, ସାହାରା ନର୍ସିଂହୋମ୍‌, ସୃଷ୍ଟି ହସ୍‌ପିଟାଲ୍‌, ସଦ୍‌ଗୁରୁ ହସ୍‌ପିଟାଲ୍‌, ଜେପିଏମ୍‌ ରୋଟାରି ହସ୍‌ପିଟାଲ୍‌, ସାଇ ଜୀବନ ହସ୍‌ପିଟାଲ୍‌, ଆଡ୍‌ ଆନେକ୍ସ୍‌, ପ୍ରାଇମ୍‌ ହସ୍‌ପିଟାଲ୍‌, ପଲି ହସ୍‌ପିଟାଲ୍‌ରେ ଟିକାକରଣର ବ୍ୟବସ୍ଥା କରାଯାଇଛି। ସେମାନେ ନିଜ ଖର୍ଚ୍ଚ ବାବଦକୁ ହିତାାଧିକାରୀଙ୍କଠାରୁ ୧୦୦ଟଙ୍କା ନେବାକୁ ଅନୁମତି ମିଳିଛି।

Share Now:

Kalinga News Beuro

Next Post

ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା ‘ୟାସ’

Wed May 26 , 2021
ପ୍ରକ୍ରିୟା ସରିବା ଯାଏଁ ପବନର ବେଗ ରହିବ ୧୩୦ ରୁ ୧୪୦ କିମି ଭଦ୍ରକ: ଶେଷରେ ଉପକୂଳକୁ ଛୁଇଁଛି ବାତ୍ୟା ୟାସ। ବାତ୍ୟା ‘ୟାସ’ ବର୍ତ୍ତମାନ ବାଲେଶ୍ୱର-ଭଦ୍ରକର ବାହାନଗାରେ ଲ୍ୟାଣ୍ଡଫଲ କରୁଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଅପରାହ୍ନ ୧ଟା ସୁଦ୍ଧା ସରିବ। ପ୍ରାୟ ୩ରୁ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ଆଜି ସକାଳ ୯ଟାରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାବେଳେ ଧାମରାର ଉତ୍ତର ବାଲେଶ୍ୱର ସହର ତଳକୁ […]
ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା ‘ୟାସ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial