୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୦୮,୯୨୧ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ : ମୃତ୍ୟୁସଂଖ୍ୟା ୪,୧୫୭

ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୨.୦୮ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାରରୁ ଅଧିକ ରହିଛି। ଗତକାଲି ରେକର୍ଡ ଠାରୁ ଆଜି ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୦୮,୯୨୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪,୧୫୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୭୧,୫୭,୭୯୫ ଓ ମୃତ୍ୟୁସଂଖ୍ୟା ୩,୧୧,୩୮୮ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨,୯୫,୯୫୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୪୩,୫୦,୮୧୬ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୪,୯୫,୫୯୧। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୦,୦୬,୬୨,୪୫୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୨୫ ତାରିଖ ସୁଦ୍ଧା ସମୁଦାୟ ୩୩,୪୮,୧୧,୪୯୬ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୨,୧୭,୩୨୦ଟି ନମୁନା।

Share Now:

Kalinga News Beuro

Next Post

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ: ଧାମରାରେ ସମୁଦ୍ର ଅଶାନ୍ତ, ବହୁ ଅଞ୍ଚଳ ଜଳମଗ୍ନ

Wed May 26 , 2021
ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଭଣ୍ଡାରୀପୋଖରୀରେ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ଗଛ। ଅଗ୍ନିଶମ ବିଭାଗ ଗଛ କଟା ଆରମ୍ଭ କରିଛନ୍ତି। ଏଣେ ବର୍ଷା ଜଳରେ ବୁଡିଗଲା ଭଦ୍ରକ ପୌରପାଳିକା ଅନ୍ତର୍ଗତ ପ୍ରଫୁଲ୍ଲ ନଗର ନିଉ କଲୋନି। ଏହାଫଳରେ ବହୁ ଲୋକଙ୍କ ଘରେ ବର୍ଷା ଜଳ ପଶିଛି। ଖାଲି ସେତିକି ନୁହେଁ, ଭଦ୍ରକ ସହରରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ […]
ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial