ରାଜ୍ୟରେ କମୁଛି କରୋନା ସଂକ୍ରମଣ: କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ

ରାଜ୍ୟରେ କମିଲା ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ପିକ୍ କ୍ରସ କରିସାରିଲାଣି। ସଂକ୍ରମଣ ନିମ୍ନଗାମୀ ହେଲାଣି। ଟେଷ୍ଟ ପଜିଟିଭ ରେଟ କମିଛି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ସଂକ୍ରମଣ ଧୀରେ ଧୀରେ କମିବ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ ଆହୁରି ବି କହିଛନ୍ତି ଯେ ଯେତିକି କଟକଣା ଅଛି ତାହାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ। ଡ଼ବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ୫ ପ୍ରତିଶତ ନକମିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବା ପାଇଁ କୁହାଯାଇଛି। ରାଜ୍ୟରେ ଲକଡ଼ାଉନ୍ ଠିକ ସମୟରେ ହୋଇଥିବାରୁ ଟିପିକାଲ ପିକ କଲାନାହିଁ। ଏହା ପ୍ଲାଟ୍ୟୁ ଷ୍ଟେଜରେ ରହିଲା।

Share Now:

Kalinga News Beuro

Next Post

ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ

Sat May 29 , 2021
ଆଠଗଡ଼: ଚୋରା ଦେଶୀ ମଦ ଭାଟିରେ ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ ହୋଇଛି। ପୁଲିସ ଉପସ୍ଥିତିରେ ପେଟ୍ରୋଲ ବୋମା ମାଡ଼ ହୋଇଥିବା ଅଭିଯୋଗ ଆସିଛି। ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁ ପାଖ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ଼ ଅବକାରୀ ବିଭାଗ ଏବଂ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା। ବିପୁଳ ପରିମାଣର ଦେଶୀ ମଦ ପୋଚ ମଧ୍ୟ ଜବତ ହୋଇଛି। ମଦ ମାଫିଆଙ୍କ ଦ୍ୱାରା ଅବକାରୀ ବିଭାଗ ଉପରକୁ […]
ଚଢଉ ବେଳେ ଅବକାରୀ ବିଭାଗ ଉପରେ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial