ବିସିସିଆଇର ବଡ଼ ଘୋଷଣା: ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍

ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍-1

ନୂଆଦିଲ୍ଲୀ: ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଇରେ ଆଇପିଏଲ ହୋଇପାରେ। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନଥିବା ବେଳେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା। ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ତେବେ ଆଜି ବିସିସିଆଇର ବୈଠକରେ ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ ବଡ ନିଷ୍ପତି ନିଆଯାଇଛି। ସେହିଭଳି ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ଆଇସିସିକୁ ସମୟ ମାଗିଛି ବିସିସିଆଇ। ଏଠାରେ ସୂଚନାଯୋଗ୍ୟ, ଚଳିତଥର ଟି-୨୦ ବିଶ୍ୱକପ ଆୟୋଜନ କରିବ ଭାରତ। ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଯାଏଁ ଏହା ବାବଦରେ କୌଣସି ସ୍ପଷ୍ଟ ସଂକେତ ମିଳିପାରୁନାହିଁ।

Share Now:

Kalinga News Beuro

Next Post

ଆସନ୍ତା ୫ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା

Sat May 29 , 2021
ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ମୟୁରଭଞ୍ଜ ରହିଛି। ସେହିପରି ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,କନ୍ଧମାଳ,ବୌଦ୍ଧ,କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା […]
କାଳବୈଶାଖୀ ଓ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial