ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର

ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପଜିଟିଭ ହାର କମିଛି। ମେ ୨୨ ରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ। ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମୁଛି ଏବଂ ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି। ଆନ୍ଧ୍ର ଓ ପଶ୍ଚିମବଙ୍ଗର ସଂକ୍ରମଣ କମୁଥିଲେ ବି ବିପଦ ରହିଛି। ଏଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାନ୍ତ ସିଲ କରାଯାଇଛି। ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦ ପ୍ରତିଶତ ରହିଛି। ଏସବୁ ଜିଲ୍ଲା ହେଉଛି ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ପୁରୀ, ମୟୁରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ। ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪ ପ୍ରତିଶତରେ ପହଞ୍ଚିଛି। ୧୯ଟି ଜିଲ୍ଲାରେ ପଜିଟିଭିଟି କମୁଥିବାବେଳେ ୫ ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି। ଆଗକୁ ପଜିଟିଭିଟି ଆହୁରି କମିବା ନେଇ ଆଶା କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି।

Share Now:

Kalinga News Beuro

Next Post

ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ପାଇଁ ସମୀକ୍ଷା ବୈଠକ

Sun May 30 , 2021
ତାମିଲନାଡୁର ୟୁଆର୍‌ସି କନ୍‌ଷ୍ଟ୍ରକ୍‌ସନ୍‌ କରିବ କାମ, ଚୂଡ଼ାନ୍ତ ଡିଜାଇନ୍‌କୁ ଅପେକ୍ଷା କଟକ: ଖାନନଗରଠାରେ ହେବାକୁ ଥିବା ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାରିଛି। ‌ତାମିଲନାଡୁର ୟୁଆରସି କନ୍‌ଷ୍ଟ୍ରସନ୍‌ ପ୍ରାଇଭେଟ୍‌ ଲିମିଟେଡ୍ ନାମକ ସଂସ୍ଥା ୬୫ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନିର୍ମାଣ କରିବ। ଏଥିପାଇଁ ପ୍ରାଥମିକଭାବେ ଡିଜାଇନ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏହି ଡିଜାଇନ୍‌ରେ କିଛିଟା […]
ନେତାଜୀ ବସ୍‌ ଟର୍ମିନାଲ ପାଇଁ ସମୀକ୍ଷା ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial