କଳିଙ୍ଗନଗର କେ-୮ରେ ଜନ ଅସନ୍ତୋଷ

ଖଣ୍ଡଗିରି : କଳିଙ୍ଗନଗର କେ-୮ ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଅଧିବାସୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଭଲ ରାସ୍ତା ନାହିଁ। ସ୍ୱେରେଜ୍‌ ବ୍ୟବସ୍ଥା ନାହିଁ। କମ୍ୟୁନିଟି ହଲ୍‌ ନାହିଁ। କଲ୍ୟାଣ ମଣ୍ଡପ ନାହିଁ। ମାର୍କେଟ୍‌ କମ୍ପ୍ଲେକ୍ସ ନାହିଁ। ପାର୍କ ନାହିଁ। ଆଇନ ଶୃଙ୍ଖଳା ପାଇଁ ପୁଲିସ ବ୍ୟବସ୍ଥା ବି ନାହିଁ। କେ-୮ ବିଡିଏର ବୈମାତୃକ ମନୋଭାବର ଶିକାର ହୋଇଆସୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରି ଆସୁଛନ୍ତି।

ଅଭିଯୋଗ ଅନୁସାରେ ଏହି କଲୋନିରେ ୧୧ ଶହ ପ୍ଲଟ୍‌ ରହିଛି ଓ ପ୍ରାୟ ସବୁ ପ୍ଲଟ୍‌ରେ ଲୋକେ ରହିଲେଣି। କଲୋନି ଭିତର ଲେନ୍‌ ଗୁଡ଼ିକର ଅବସ୍ଥା ଅତି ଶୋଚନୀୟ। ରାସ୍ତା ଚିହ୍ନଟ ପାଇଁ ବ୍ୟବସ୍ଥା ହୋଇ ନଥିବାରୁ ବରିଷ୍ଠ ନାଗରିକମାନେ ନିଜ ଘର ରାସ୍ତା ଭୁଲି ଯାଉଛନ୍ତି। ତେବେ ବଡ଼ ସମସ୍ୟା ହେଉଛି କମ୍ୟୁନିଟି ସେଣ୍ଟର। ଏତେ ସଂଖ୍ୟକ ଲୋକ ରହୁଥିବା ଏହି ଅଞ୍ଚଳରେ କୌଣସି ପ୍ରକାର ମନୋରଂଜନ କରିବା ପାଇଁ ଜାଗାଟିଏ ନାହିଁ। ଏକାଠି ହୋଇ କୌଣସି ପର୍ବ ବା ଉତ୍ସବ ପାଳନ କରିବା ପାଇଁ ସ୍ଥାନ ନାହିଁ। ବିଡିଏ କମ୍ୟୁନିଟି ସେଣ୍ଟର ପାଇଁ ସ୍ଥାନ ଚିହ୍ନଟ କରି ଦେଉନାହିଁ। ସେହିଭଳି ଏତେ ଖାଲି ସ୍ଥାନ ଥିବା ସତ୍ୱେ ଏଠାରେ ଫାଣ୍ଡିଟିଏ ବା ବିଟ୍‌ ହାଉସ୍‌ ଟିଏ ପାଇଁ ପ୍ଲଟ ଚିହ୍ନଟ କରାଯାଉନାହିଁ। ତେଣୁ ଏହି ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଅଭାବ ରହୁଛି ଓ ଏହାର ସୁଯୋଗ ନେଇ ଚୋରି, ରାହାଜାନୀ ବଢ଼ୁଛି। ତେଣୁ ଏଠାରେ ଥିବା ଖାଲି ସ୍ଥାନରେ ବିଡିଏ ଅନ୍ୟ କିଛି ବେପାର କରିବା ମସୁଧାରେ ଥାଇପାରେ ବୋଲି ଉନ୍ନୟନ ପରିଷଦ ପକ୍ଷରୁ ଅଭିଯୋଗ ହେଉଛି। ଖାଲି ପଡ଼ିଥିବା ସ୍ଥାନ ଅଳିଆ ଗଦା ଯୋଗୁଁ ଡମ୍ପିୟାର୍ଡ ସଦୃଶ ରହୁଛି ଓ ପରିବେଶ ଦୂଷିତ ହେଉଛି। ବାସପୋଯୋଗୀ ପ୍ଲଟ ବିକିବାବେଳେ ବିଡିଏ ବ୍ରୋଚର୍‌ରେ ଯେଉଁ ସମସ୍ତ ବିଜ୍ଞାପନ ଦେଇଥିଲା, ତାହା ପୂରଣ କରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। କଲ୍ୟାଣ ମଣ୍ଡପ ଅଧାପନ୍ତରିଆ ହୋଇ ପଡ଼ିଛି। କେ-୭ କଲ୍ୟାଣ ମଣ୍ଡପ କ୍ଷତିରେ ଚାଲୁଥିବାରୁ ଏହି କଲ୍ୟାଣ ମଣ୍ଡପ ନିର୍ମାଣକୁ ଅଧାରେ ଛାଡ଼ି ଦିଆଯାଇଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ୍‌ କମ୍ପ୍ଲେକ୍ସ ଦୁଇ ବର୍ଷ ହେଲା ସେମିତି ତାଲା ପଡ଼ି ରହିଛି। ଦୋକାନ ଘରଗୁଡ଼ିକ ଆବଣ୍ଟନ ହୋଇପାରି ନଥିବାରୁ ରାଜସ୍ୱ ତହବିଲର କୋଟି କୋଟି ଟଙ୍କା ଅବ୍ୟବହୃତ ହୋଇ ପଡ଼ିଛି। ତୁରନ୍ତ ବିଡିଏ ଓ ବିଏମ୍‌ସି କର୍ତୃପକ୍ଷ ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ନଦେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ପୋଖରୀରେ ବିସ୍ଫୋରକ ଫୁଟାଇ ମାଛ ମାରିବା ବେଳେ ଜଣେ ମୃତ, ୨ଗୁରୁତର

Sun Apr 29 , 2018
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଦର ଥାନା ଜୁଜୁମରା ବ୍ଲକ୍‌ କୁଶନପୁରର ମାଳତୀଜୋରରେ ରବିବାର ଅପରାହ୍ନରେ ମାଛ ମାରିବା ବେଳେ ବିସ୍ଫୋରକ ଫୁଟି ଜଣେ ମାଛ ଧରାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ। ଦୁଇ ଗୁରୁତରଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରିଛି। ସୂଚନାଯୋଗ୍ୟ, ଖରାଦିନ ହେତୁ ପୋଖରୀରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial