୧୦ରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ

୧୦ରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ

ସମଗ୍ର ପୂର୍ବ ଭାରତରେ ସକ୍ରିୟ ହେବ ମୌସୁମୀ

ନୂଆଦିଲ୍ଲୀ : ଆସନ୍ତା ୮ ଜୁନ ସୁଦ୍ଧା ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ। ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତ, ବିହାର, ଛତିଶଗଡ଼ରେ ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ। ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର, ସମଗ୍ର ଉପକୂଳ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଂଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଂଶରେ ପହଞ୍ଚିଛି। ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର କର୍ଣ୍ଣାଟକ, ମହାରାଷ୍ଟ୍ରର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଆଉ କେତେକ ଅଞ୍ଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କେତେକ ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଗୋଟିଏ ଶ୍ରେଣୀ ଗୃହରେ ରହୁଛନ୍ତି ୧୫ ପରିବାର : ପ୍ରଶାସନର ଇଏ କେଉଁ କୋଭିଡ୍‌ ନିୟମ?

Sat Jun 5 , 2021
କଟକ: ଲକଡାଉନ୍ ବେଳେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଛି। ପୁଣି କରୋନା ନିୟମ ଆଉ କଟକଣାକୁ ସଂପୂର୍ଣ୍ଣ ଏଡାଇ ଦେଇ ସେମାନଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥଇଥାନ କରାଯାଉଛି। ମାଲଗୋଦାମ ତେଲୁଗୁ ବସ୍ତିର ୮୩ ପରିବାରଙ୍କୁ ସାର୍ତ୍ତୋଳ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀ ଗୃହରେ ଯେଭଳି ରଖାଯାଇଛି, ସେଥିରେ ସେମାନେ କ’ଣ ଗାଈଗୋରୁଙ୍କଠୁ ହୀନ ବୋଲି ଅନେକ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ୧୫ରୁ ଅଧିକ ପରିବାରର ୭୦ରୁ […]
ଗୋଟିଏ ଶ୍ରେଣୀ ଗୃହରେ ରହୁଛନ୍ତି ୧୫ ପରିବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial