ଗାଡ଼ି ଧକ୍କାରେ ୩ ବର୍ଷର ଶିଶୁ ମୃତ

ନୂଆପଡ଼ା : ଏକ ନଳକୂଅ ଖୋଳା ଗାଡ଼ି ଧକ୍କାରେ ଏକ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଘଟଣାଟି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲାଞ୍ଜି ଗାଁରେ ଘଟିଛି। ମୃତ ଶିଶୁଟିର ନାଁ ପରେଶ ହିଆଲ।
ନଳକୂଅ ଖୋଳା ଗାଡ଼ିଟି ଲାଞ୍ଜିରୁ ଉପରପିଟା ଗାଁ ଆଡ଼କୁ ଯାଉଥିବା ବେଳେ ଶିଶୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା।
କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ଫଳରେ କିଛି ସମୟ ପାଇଁ ଗାଁରେ ଉତ୍ତେଜନା ଦେଖା ଦେଇଥିଲା।

Share Now:

Kalinga News Beuro

Leave a Reply

Next Post

ଆରମ୍ଭ ହେଲା ସ୍କିଲସ୍‌ ଓଡ଼ିଶା ୨୦୧୮

Sun Apr 29 , 2018
ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍କିଲସ୍‌ ଓଡ଼ିଶା ୨୦୧୮ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହା ୨ ଦିନ ଧରି ଚାଲିବ। ଏଥିରେ ୨୫ ଟି ବିଭାଗରେ ରାଜ୍ୟର ୨ ଶହ ଛାତ୍ରଛାତ୍ରୀ ଭାଗ ନେବେ। ସ୍କିଲ ଓଡ଼ିଶା କମ୍ପିଟିସନରୁ ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ପ୍ରତିଭା ଚୟନ କରାଯିବ। ଏହି ଅବସରରେ ୫ଟି ସଂସ୍ଥା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial