ଏସଡିଜି ରିପୋର୍ଟକୁ ନେଇ ରାଜନୀତି କରିବା ଉଚିତ ନୁହେଁ: ଅମର ପଟ୍ଟନାୟକ

ଏସଡିଜି ରିପୋର୍ଟକୁ ନେଇ ରାଜନୀତି କରିବା ଉଚିତ ନୁହେଁ

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ। ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ପଟ୍ଟନାୟକ। ସୂଚନାଯୋଗ୍ୟ, ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ। ୨୮ଟି ରାଜ୍ୟ ତାଲିକାରେ ତଳୁ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ କାହିଁକି ପାଇବ। ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଉପରେ ଏହା କୁଠାରଘାତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଏହା ସହ ସେ କହିଛନ୍ତି କି ସହରାଞ୍ଚଳର କିଛି ଭାଗରେ ସୌନ୍ଦର୍ଯ୍ୟକଣ କରି ରାଜ୍ୟର ବିକାଶ କରାଯାଉଛି।

Share Now:

Kalinga News Beuro

Next Post

ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

Sat Jun 5 , 2021
ଭୁବନେଶ୍ୱର: ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ସମ୍ବଲପୁର ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ଧରି ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ଗତକାଲି ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା […]
ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial