ପୋଷାକ ଦୋକାନ ସିଲ୍‌: ଲକ୍ଷେ ଟଙ୍କା ଜରିମାନା

ପୋଷାକ ଦୋକାନ ସିଲ୍‌

ଆନନ୍ଦପୁର: ବାହାରେ ସଟର୍‌ ଭିତରେ ରଜ ଓ ସାବିତ୍ରୀପାଇଁ ଚାଲିଥିଲା ବେପାର। ଖବର ପାଇ ପୁଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଦୋକାନ ସିଲ୍‌ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ। ପ୍ରାପ୍ତ ସୂଚନା ଅନୁସାରେ, ଘସିପୁରାରେ ଖୋଲିଥିବା ରାଜମନ୍ଦିର ଫେସନ ନାମକ ଏକ ପୋଷାକ ସୋରୁମ୍‌ର ସଟର୍‌ ବନ୍ଦ ଥିବାବେଳେ ଭିତରେ ଦୁଇଶହରୁ ଊର୍ଦ୍ଧ୍ବ ଲୋକ ପଶି କିଣାକିଣି କରୁଥିବା ପୁଲିସ ଖବର ପାଇଥିଲା। ପୁଲିସ ଓ ପ୍ରଶାସନ ପକ୍ଷରୁ ଦିନ ୧୧ଟାବେଳେ ଦୋକାନରେ ଚଢ଼ଉ କରାଯାଇଥିଲା। ଖବର ପାଇ ଦୋକାନୀ ସଟର୍‌ ଖୋଲି ନଥିଲେ। ଦୀର୍ଘ ସମୟ ଧରି ବାହାରେ ପୁଲିସ୍ ଓ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଯାଇଥିବା ପ୍ରାଶାସନିକ ଅଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ଦୋକାନ ଖୋଲିବା ପରେ ଗ୍ରାହକ ଓ ଦୋକାନୀ ବାହାରକୁ ଆସିଥିଲେ। ପ୍ରଶାସନ ପକ୍ଷରୁ ଦୋକାନକୁ ସିଲ୍‌ କରାଯାଇ ଏକଲକ୍ଷ ଟଙ୍କା ଜରିମାନା କରାଯାଇଛି। ଘସିପୁରା ତହସିଲଦାର ବାବୁଲ ପେରେଇ, ଆନନ୍ଦପୁର ପୌରନିର୍ବାହୀ ଅଧିକାରୀ ବିପିନ ପ୍ରଧାନ, ଘସିପୁରା ଥାନା ଅଧିକାରୀ ମନୋରଂଜନ ବିଶି ପ୍ରମୁଖ ଚଢ଼ଉରେ ସାମିଲ ଥିଲେ। ପ୍ରଶାସନର ତାଗିଦ ସତ୍ତ୍ବେ ଦୋକାନୀମାନେ ଅମାନିଆ ହେଉଛନ୍ତି। କରୋନା କଟକଣା ଉଲ୍ଲଂଘନ କରି ବେଆଇନ ଭାବେ କାରବାର କରୁଛନ୍ତି। ଚଢ଼ଉ ଜୋରଦାର କରାଯାଇ ଅମାନିଆ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Share Now:

Kalinga News Beuro

Next Post

ବୀମା କମ୍ପାନି ନାଁ କହି ଲକ୍ଷାଧିକ ଟଙ୍କା ଠକେଇ : ୨ ଗିରଫ

Mon Jun 7 , 2021
ଲକ୍ଷାଧିକ ଟଙ୍କା, ମୋବାଇଲ୍‌ ଓ ଗାଡ଼ି ଜବତ ମହାନଦୀବିହାର: ଫିଲ୍ମ ଦେଖି ହୋଇଥିଲା ଲୁଟ୍‌ର ମାଷ୍ଟର୍‌ପ୍ଲାନ୍‌। କିଛିଦିନ ପୂର୍ବରୁ ଅନ୍‌ଲାଇନ୍‌ ଠକେଇ ଉପରେ ଆସିଥିବା ଫିଲ୍ମ ଜମ୍‌ତରା ଫିଲ୍ମ ଦେଖି ଲୋକଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଠକିଥିବା ଓ ବୀମା କମ୍ପାନି, ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଇଥିଲେ ସାଇବର୍ ଠକ। ଏଭଳି ଠକଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍। ସେମାନଙ୍କଠାରୁ ନଗଦ […]
ବୀମା କମ୍ପାନି ନାଁ କହି ଲକ୍ଷାଧିକ ଟଙ୍କା ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial