ଆଗ୍ରା: କରୋନା ରୋଗୀଙ୍କ ଜୀବନ ସହ ଖେଳ। ଅମ୍ଳଜାନ ଯୋଗାଣ ବନ୍ଦ କରି ରୋଗୀଙ୍କୁ ଛଟପଟ ହେବାକୁ ଛାଡିଦେଲେ ଡାକ୍ତର। ୫ମିନିଟ ପର୍ଯ୍ୟନ୍ତ ଅମ୍ଳଜାନ ଅଭାବରୁ କରୋନା ରୋଗୀ ଛଟପଟ ହୋଇ ମୃତ୍ୟୁର ଅତି ନିକଟତର ହେବା ପରେ ଡାକ୍ତର ପୁଣି ଥରେ ଅମ୍ଳଜାନ ଯୋଗାଣ ଆରମ୍ଭ କରିଥିଲେ ବୋଲି ଜଣପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ ଥିବା ଏକ ଘରୋଇ ହସ୍ପିଟାଲରେ। ଘଟଣା ପରେ ଏବେ ଏକ ଭିଡିଓ ଭାଇରାଲ ହେବା ସହ ଭିଡିଓରେ ଅଭିଯୁକ୍ତ ଡାକ୍ତର ନିଜ କାମ ବିଷୟରେ ଅନ୍ୟକୁ କହୁଥିବା ଶୁଣିବାକୁ ମିଳିଛି। ଅମ୍ଳଜାନ ଅଭାବ ଥିବାରୁ ୫ମିନିଟ ପାଇଁ ଡାକ୍ତର ଅରିଞ୍ଜୟ ଜୈନ ଅମ୍ଳଜାନ ଯୋଗାଣ ବନ୍ଦ କରିଥିବା ସାମ୍ନାକୁ ଆସିଛି। ଭିଡିଓରେ ଡାକ୍ତର ଅରିଞ୍ଜୟ ଜୈନଙ୍କ ମୁହଁ ଦେଖାଯାଉନଥିଲେ ମଧ୍ୟ ସେ କିଛି ଜଣକୁ କହୁଛନ୍ତି ଯେ, ସେ ସମୟରେ ରାଜ୍ୟରେ ଅମ୍ଳଜାନର ଅଭାବ ଥିଲା। ଡାକ୍ତରଖାନାରେ ଅମ୍ଳଜାନ ନଥିବାରୁ ଆମେ ରୋଗୀଙ୍କୁ ଡିସଚାର୍ଜ କରିବାକୁ କହିଥିଲୁ। କିନ୍ତୁ ସେମାନେ ଆମ କଥା ଶୁଣିନଥିଲେ। ସେଥି ପାଇଁ ଆମେ ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରି କିଏ ବଞ୍ଚୁଛି ଏବଂ କିଏ ମରୁଛି ଦେଖିବାକୁ ନିଷ୍ପତ୍ତି ନେଲୁ। ସେଦିନ ଆମେ ସକାଳ ୭ଟାରେ ମରିବାର ଅଧିକ ଆଶଙ୍କା ଥିବା ୨୨ଜଣଙ୍କୁ ବାଛି ସେମାନଙ୍କୁ ଦିଆଯାଉଥିବା ଅମ୍ଳଜାନ ବନ୍ଦ କରିଥିଲୁ। ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରିଦେବାରୁ ୨୨ଜଣ କରୋନା ରୋଗୀ ଅମ୍ଳଜାନ ଅଭାବରୁ ନୀଳ ପଡିଯାଇଥିଲେ। ସେଦିନ ଅମ୍ଳଜାନର ଅଭାବ ମଧ୍ୟ ଥିଲା। ତେବେ ଏହି ଭିଡିଓ ଭାଇରାଲ ପରେ ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।
ଅମ୍ଳଜାନ ଯୋଗାଣ ବନ୍ଦ କରି କରୋନା ରୋଗୀଙ୍କୁ ମରିବାକୁ ଛାଡିଦେଲେ ଡାକ୍ତର

Share Now: