ଡକାୟତି ଯୋଜନା ବେଳେ ପୁଲିସ ଚଢ଼ଉ : ବନ୍ଧୁକ ସହ ୫ ଧରା ହେଲେ, ୨ ଖସିଗଲେ

ଡକାୟତି ଯୋଜନା ବେଳେ ପୁଲିସ ଚଢ଼ଉ

ମହାନଦୀବିହାର: ବିଦ୍ୟାଧରପୁର ତେଲିସାହି ନିକଟରେ ଡକାୟତି ଯୋଜନା ବେଳେ ଚାଉଳିଆଗଞ୍ଜ ପୁଲିସ ଚଢ଼ଉ କରି ୫ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ଆଉ ୨ଜଣ ଖସି ପଳାଇଛନ୍ତି। ଧରାପଡ଼ିଥିବା ଡ଼କାୟତଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ ମାରାଣାସ୍ତ୍ର ଜବତ କରାଯାଇଛି। ସୂଚନ ଅନୁଯାୟୀ, ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ମିଲନ ଓରଫ ବିଶ୍ୱଜିତ ମହାରଣା(୨୩), ପୋତପୋଖରୀ ଅଞ୍ଚଳର ଗେଡ଼ା ଓରଫ ସୁଧୀର ଦାସ(୨୧), ଚାଉଳିଆଗଞ୍ଜ ଗୋପବନ୍ଧୁ ନଗରର ବାବୁ ଓରଫ ବିନୋଦ କୁମାର ସ୍ୱାଇଁ (୨୧), ଓଏମ୍‌ପି ବସ୍ତିର ନଣ୍ଡା ଓରଫ ଅଜୟ ଦେହୁରୀ(୨୫), ବିଦ୍ୟାଧରପୁର ଛକସାହିର ଜଗା ଓରଫ ଦେବାଶିଷ ମହାରଣା (୨୧) ଜାତୀୟ ରାଜପଥରେ ପାରାଦୀପରୁ କଟକ ଆସୁଥିବା ମାଛ ଗାଡ଼ିକୁ ଲୁଟ କରିବାକୁ ଯୋଜନା କରୁଥିବା ବେଳେ ଚାଉଳିଆଗଞ୍ଜ ଥାନାର ଏସିପି ତାପସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶରେ ଏସ୍‌.ଆଇ ମନେଶ୍ୱର ପ୍ରଧାନ, ଥାନା ସ୍କ୍ୱାଡ଼ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ ପ୍ରମୁଖ ଚଢ଼ଉ କରି ୫ଜଣ ଡକାୟତଙ୍କୁ କାବୁ କରିଥିଲେ। ତେବେ,ସେମାନଙ୍କ ସହ ଥିବା ଅନ୍ୟ ୨ଜଣ ଡକାୟତ ଖସି ପଳାଇଥିଲେ। ଧରାପଡ଼ିଥିବା ଡକାୟତଙ୍କ ନିକଟରୁ ଦୁଇଟି ସିକ୍ସର୍‌ ବନ୍ଧୁକ, ଗୋଟିଏ ଏୟାର ପିସ୍ତଲ୍‌, ଗୋଟିଏ ଛୁରୀ ଓ ୩ଟି ବାଇକ୍‌ ଜବତ କରାଯାଇଛି। ଗେଡ଼ା ନାମରେ ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନାରେ ୫ଟି ଅଭିଯୋଗ ଥିବାବେଳେ ଅନ୍ୟମାନଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ୧୦ରୁ ଅଧିକ ଚୋରି ଓ ଡକାୟତି ମାମଲା ରହିଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Share Now:

Kalinga News Beuro

Next Post

ତୁଷୁରା ତହସିଲଦାରଙ୍କୁ ଆକ୍ରମଣ ଘଟଣା : ଗିରଫ ଦାବିରେ ତୁଷୁରା ତହସିଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Wed Jun 9 , 2021
ତୁଷୁରା: ଦେଓଗାଁରେ ତୁଷୁରା ତହସିଲଦାରଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ଦାବିରେ ତୁଷୁରା ତହସିଲ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉକ୍ତ ଯୁବକକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ସୂଚନା ମୁତାବକ ଗତ ଦୁଇ ଦିନ ତଳେ ଦେଓଗାଁ ପ୍ୟାକ୍ସରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାଷୀମାନେ ରାସ୍ତାରୋକ କରିଥିଲେ। […]
ତୁଷୁରା ତହସିଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial