ଗୁଲେରିଆଙ୍କ ଦୃଢ଼ୋକ୍ତି: ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ହେବନାହିଁ

ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ହେବନାହିଁ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ କରୋନାର ଭିନ୍ନ ଭିନ୍ନ ପର୍ଯ୍ୟାୟ ସଂକ୍ରମଣ କେଉଁଠାରେ ବି ପିଲାମାନଙ୍କ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇଥିବା ପ୍ରମାଣ ନାହିଁ। ଭାରତରେ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ କୌଣସି ଡେଟା ନାହିଁ। ଏଭଳି ସ୍ଥିତିରେ ତୃତୀୟ ଲହର ପିଲାମାନଙ୍କ ପାଇଁ ଘାତକ ହେବ ବୋଲି ଆଶଙ୍କା ପଛରେ କିଛି ଭିତ୍ତି ନାହିଁ ବୋଲି ଏମ୍‌ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ସଂକ୍ରମଣ ବହୁତ ବଢ଼ି ଯାଏ। ତେବେ ଏହାକୁ ଆଧାର କରି ଏହା ପିଲାଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇପାରେ ବୋଲି କହିବା ଭୁଲ୍‌ ବୋଲି ଗୁଲେରିଆ ସ୍ପଷ୍ଟ କରିଛନ୍ତି। ‘ଚେନ୍‌ ଅଫ୍‌ ଟ୍ରାନ୍ସମିସନ’ ରୋକିବା ପାଇଁ କୋଭିଡ୍ ପାଇଁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମନେ ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ପରିଜନଙ୍କୁ କୋଭିଡ୍‌ ଟିକା ଦିଆଯିବା ପରେ ଏହି ଭାଇରସ୍‌ ପିଲାମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। କୋଭିଡ୍‌ ପ୍ରବନ୍ଧକ ଟିମ୍‌ର ପ୍ରମୁଖ ସଦସ୍ୟ ଡ. ଭି.କେ. ପଲ କହିଛନ୍ତି ତୃତୀୟ ଲହର ବିଶେଷ କରି ପିଲାମାନଙ୍କ ପାଇଁ ଅଧିକ ପ୍ରଭାବିତ କରିବ ବୋଲି ସେଭଳି କୌଣସି ଆଧାର ନାହିଁ। ପୂର୍ବରୁ ଦୁଇଟି ପର୍ଯ୍ୟାୟ ଏବଂ ଅନ୍ୟ ଦେଶମାନଙ୍କରେ ସଂକ୍ରମଣ ପର୍ଯ୍ୟାୟ ଅନୁଶୀଳନରୁ ଜଣାପଡ଼ିଛି ଯେ କେବଳ ପିଲାମାନଙ୍କୁ ଏହା ଅଧିକ ପ୍ରଭାବିତ କରିପାରିବ ନାହିଁ।

Share Now:

Kalinga News Beuro

Next Post

ଚୀନର ଗ୍ବାଙ୍ଗଝୋରେ କରୋନା ସଂକ୍ରମଣ: ସମଗ୍ର ସହରରେ କଠୋର ଲକଡାଉନ ଲାଗୁ

Thu Jun 10 , 2021
ବେଜିଂ : ଚୀନ ସରକାରଙ୍କ ଦାବି ସତ୍ତ୍ବେ ଏହି ଦେଶରୁ ଯେ କରୋନା ଭୁତାଣୁ ସଂପୂର୍ଣ୍ଣ ଲୋପ ପାଇନାହିଁ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ଦକ୍ଷିଣ ଚୀନର ଗ୍ବାଙ୍ଗଡଙ୍ଗ ରାଜ୍ୟର ରାଜଧାନୀ ଗ୍ବାଙ୍ଗଝୋ ସହରରେ ପୁଣି କରେନା ବ୍ୟାପିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଠୋର ଲକଡାଉନ ଲାଗୁ କରାଯ଼ାଇଛି। ଏହା ସହିତ ଗତ କିଛି ଦିନ ମଧ୍ୟରେ ସହରର ସମଗ୍ର ୧କୋଟି ୮୦ ଲକ୍ଷ ଜନତାଙ୍କ […]
ଚୀନର ଗ୍ବାଙ୍ଗଝୋରେ କରୋନା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial