‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ମଙ୍ଗଳ ଗ୍ରହରେ ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କଲା

ମଙ୍ଗଳ ଗ୍ରହରେ ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ

ନୂଆଦିଲ୍ଲୀ: ଆମେରିକାର ‘ନାସା’ ପ୍ରେରିତ ‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ଅବତରଣସ୍ଥଳ ‘ଅକ୍ଟାଭିଆ ଇ. ବଲ୍‌ଟର୍‌’ ଛାଡ଼ି ଜୁନ୍‌ ୧ ତାରିଖରୁ ମଙ୍ଗଳ ଗ୍ରହ ପୃଷ୍ଠରେ ମନ୍ଥର ଗତିରେ ବୁଲି ବୁଲି ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କରିଥିବା କଥା ‘ଜଏଣ୍ଟ୍‌ ପ୍ରପଲ୍‌ସନ୍‌ ଲାବ୍ରଟରି’ ବିବୃତି ଦେଇ କହିଛି। ଏହି ବିଜ୍ଞାନ ଅଭିଯାନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଅଳ୍ପ କେତେ ସପ୍ତାହରେ ମଙ୍ଗଳ ଗ୍ରହର ‘ଜାଜିରୋ କ୍ରେଟର୍‌’ ବା ‘ଜାଜିରୋ ଗହ୍ବର’କୁ ସାମଗ୍ରିକ ଭାବେ ଅବଲୋକନ କରିବା ଲାଗି ଉକ୍ତ ରୋଭର୍ ଅଳ୍ପ ଉଚ୍ଚ ସ୍ଥାନ ଆରୋହଣ କରିବ। ସେଠା‌ରେ ଥାଇ ରୋଭର୍‌ଟି ସ୍ବୟଂକ୍ରିୟ ଦିଗବାରେଣୀ ଏବଂ ନମୁନା ବ୍ୟବସ୍ଥା ବଳରେ କେତେକ ସୁପ୍ରାଚୀନ ଭୌଗୋଳିକ ବୈଶିଷ୍ଟ୍ୟ ସର୍ବେକ୍ଷଣ କରିବ। ଏହାର ଉଦ୍ଦେଶ୍ୟ ହେଉଛି ନମୁନା ସଂଗ୍ରହ ପାଇଁ ୪ଟି ସ୍ଥାନ ନିରୂପଣ କରିବା। ଆଗାମୀ କେତେ ମାସ ଭିତରେ ‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ଉକ୍ତ ଗହ୍ବର ଚଟାଣର ୪ବର୍ଗ କିଲୋମିଟର୍ ଅଞ୍ଚଳରେ ଅନ୍ବେଷଣ କରିବ। ଭବିଷ୍ୟତର ଅଭିଯାନ ପାଇଁ ସେଠାରୁ ସେ ମାଟି ନମୁନା ସଂଗ୍ରହ କରି ପୃଥିବୀକୁ ଫେରିବ ବୋଲି ‘ପର୍ସ୍ୟୁଭିୟରାନ୍‌ସ୍‌’ ପ୍ରକଳ୍ପ ପରିଚାଳିକା ଜେନିଫର୍‌ ଟ୍ରୋସ୍ପର୍‌ କହିଛନ୍ତି।

Share Now:

Kalinga News Beuro

Next Post

ପୂର୍ବତନ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ କଲା ସିବିଆଇ

Thu Jun 10 , 2021
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ। କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ହୋଇଥିବା ଚୁକ୍ତିନାମା ସହ ଜଡିତ ଦୁର୍ନୀତି ଅଭିଯୋଗରେ ସିବିଆଇ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ୍ ଟୁକିଙ୍କ ବିରୋଧରେ ଏକ ନୂତନ ଏତଲା ପଞ୍ଜିକରଣ କରିଛି। ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ସିବିଆଇ ପ୍ରାଥମିକ ଅନୁସନ୍ଧାନ କରିବା ପରେ ଅଭିଯୋଗ କରିଛି ଯେ ଅରୁଣାଚଳ […]
ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ କଲା ସିବିଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial