ଆଦିନିଆ ବର୍ଷା ଆହୁରି ୪୮ ଘଣ୍ଟା ବରଷିବ

ଭୁବନେଶ୍ୱର : ଗତକାଲି ସକାଳୁ ଆରମ୍ଭ ହୋଇଥିବା ଝିପିଝିପି ବର୍ଷା ଅପରାହ୍ଣ ବେଳକୁ ତାର ବେଗ ବଢ଼ାଇଥିଲା । ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ, ବାଲେଶ୍ୱର ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ଦିନସାରା ଲାଗି ରହିଛି ବର୍ଷା। ଥଣ୍ଡା ପବନ ସାଙ୍ଗକୁ ଅଦିନିଆ ବର୍ଷାରେ ଉପକୂଳବାସୀ ହନ୍ତସନ୍ତ। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଥିବା ଅବପାତ ଘନୀଭୂତ ହୋଇ ଭୀଷଣ ଅବପାତ ବା ଡିପ୍‌ ଡିପ୍ରେସନ୍‌ର ରୂପ ନେଇଥିଲା। ସନ୍ଧ୍ୟା ୯ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୩୩୦ କି.ମି. ଦୂରରେ ରହିଥିବା ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି । ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଆସନ୍ତାକାଲି ସକାଳ ବେଳକୁ ଏହା ଗୋପାଳପୁର ଅତିକ୍ରମ କରି ପାରାଦୀପ ନିକଟରେ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଧିକ। ସେତେବେଳକୁ ଏହା ଦୁର୍ବଳ ହୋଇ ପୁନର୍ବାର ଅବପାତ ରୂପକୁ ଫେରିପାରେ। ଏହା ଦୁର୍ବଳ ହେଲେ ବି ରାଜ୍ୟରେ ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସୂଚନାନୁସାରେ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଅନେକ ସ୍ଥାନରେ ବର୍ଷିବ। ଏହି ସମୟ ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଧା, ଢେଙ୍କାନାଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର ଆଦି ଜିଲ୍ଲା ମଧ୍ୟରୁ କିଛି ସ୍ଥାନରେ ପ୍ରବଳ ବର୍ଷା ବା ଲଗାଣ ବର୍ଷା ହୋଇପାରେ। ଅବପାତ ଘନୀଭୂତ ହେବା ଯୋଗୁଁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହୁଛି। ଏହାର ବେଗ ସର୍ବାଧିକ ୬୫ କି.ମି. ରହିଛି। ଫଳରେ ସମୁଦ୍ର ଅଶାନ୍ତ ହୋଇରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି ହୋଇଛି। ଆଗାମୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ଅବପାତଟି ଉପକୂଳ ଛୁଇଁବା ପରେ ପୁନର୍ବାର ସମୁଦ୍ରରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଯଦିଓ ବର୍ଷା ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ହେବ, ଅଳ୍ପ କିଛି ସ୍ଥାନରେ ୧୨/୧୩ ତାରିଖ ପର୍ଯ୍ୟନ୍ତ ହୋଇପାରେ।

Share Now:

Kalinga News Beuro

Leave a Reply

Next Post

ଆଉ ଏକ ଲଜ୍ୟା :ଦିଲ୍ଲୀ ରାସ୍ତାରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ

Sat Dec 9 , 2017
ନୂଆଦିଲ୍ଲୀ : ନୂଆଦିଲ୍ଲୀ ନାରୀ ନିର୍ଯାତନାର ରାଜଧାନୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଦିଲ୍ଲୀ ଉପକଣ୍ଠ ନରେଲାରେ ଚୋରା ମଦ କାରବାର ର‍୍ୟାକେଟ୍‌କୁ ଧରାଇ ଦେବାରେ ସହଯୋଗ କରିଥିବା ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ସୂଚନାନୁଯାୟୀ, ଦିଲ୍ଲୀ ମହିଳା କମିସନ୍‌ ପକ୍ଷରୁ ରାତିରେ ନରେଲା ଅଞ୍ଚଳରେ କୌଣସି ଏକ ସ୍ଥାନରେ ଯାଞ୍ଚ ଚାଲିଥିବା ସମୟରେ ପୀଡ଼ିତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial