ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ଦେଶର ପ୍ରଥମ ମୃତ୍ୟୁ

ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ଦେଶର ପ୍ରଥମ ମୃତ୍ୟୁ

ସ୍ପଷ୍ଟ କଲା ସରକାରୀ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ : ଦେଶରେ କରୋନା ଟିକା ପାର୍ଶ୍ବ ପ୍ରତିକ୍ରିୟା ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମନାକୁ ଆସିଛି। ମାର୍ଚ୍ଚ ୧୮ରେ କରୋନା ଟିକା ନେଇଥିବା ଜଣେ ୬୮ ବୟସ୍କ ବ୍ୟକ୍ତି ଆନାଫିଲେକ୍ସିସ ଯ଼ୋଗୁଁ ମୃତ୍ୟୁବରଣ କରିଥିବା ଏକ ସରକାରୀ ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି। ଡାକ୍ତରି ଭାଷାରେ ଆନାଫିଲେକ୍ସିସର ଅର୍ଥ ହେଉଛି ଗୁରୁତର ଆଲର୍ଜି ଜନିତ ମୃତ୍ୟୁ। ଦେଶରେ କରୋନା ଟିକାକରଣଜନିତ ପାର୍ଶ୍ବପ୍ରତିକ୍ରିୟାଗୁଡ଼ିକ ଉପରେ ନଜର ରଖିବାକୁ ସରକାରଙ୍କ ପକ୍ଷରୁ ଗଠିତ ସିରିୟସ ଆଡଭର୍ସ ଇଫେକ୍ସ ଫଲୋଇଙ୍ଗ ଇମ୍ୟୁନାଇଜେସନ (ଏଇଏଫଆଇ) କମିଟି ପକ୍ଷରୁ ୩ଟି ଅତି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ମାମଲାକୁ ବିଚାରକୁ ନିଆଯ଼ାଇଥିଲା। ଅନ୍ୟ ଦୁଇ ଜଣ ବ୍ୟକ୍ତି ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେମାନ ଭଲ ହୋଇଯ଼ାଇଥିଲେ। ଟିକା ନେବା ପରେ ଦେଶରେ ମୃତ୍ୟୁବରଣ କରିଥିବା ୩୧ଟି ମାମଲାକୁ କମିଟି ପକ୍ଷରୁ ଯାଞ୍ଚ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ୧୮ଟି ମୃତ୍ୟୁ ସହ ଟିକାର କୌଣସି ସମ୍ପର୍କ ନଥିଲା। ଅର୍ଥାତ ଟିକା ନେବା ପରେ ସଂଯୋଗବଶତଃ ଅନ୍ୟ କାରଣରୁ ସେମାନେ ମୃତ୍ୟୁବରଣ କରିଥିଲେ। ୭ ମୃତ୍ୟୁ ମାମଲାର କାରଣ ଅସ୍ପଷ୍ଟ ରହିଥିବାବେଳେ ୨ ଟି ମାମଲାକୁ କୌଣସି ବର୍ଗରେ ସାମିଲ କରାଯାଇନାହିଁ। ଅର୍ଥାତ ଏହି ଦୁଇଟି ମୃତ୍ୟୁମାମଲା ସମ୍ପର୍କରେ ତଦନ୍ତ କରାଯାଇଥିଲେ ବି ଏକ ନିର୍ଦ୍ଦିଷ୍ଟ ବର୍ଗରେ ସାମିଲ କରିବାକୁ ଯଥେଷ୍ଟ ତଥ୍ୟ ନାହିଁ।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗରେ ଜୁନ ୩୦ ପର୍ଯ୍ୟନ୍ତ ବଢିଲା ଲକଡାଉନ୍

Tue Jun 15 , 2021
କୋଲକତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ […]
ଲକ୍‌ଡାଉନର ନୂଆ ନିୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial