ରାଜ୍ୟରେ ୨୪ ଘଣ୍ଟାରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦

ରାଜ୍ୟରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୬୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮୩ଜଣ, ବାଲେଶ୍ୱରରୁ ୨୯୬ଜଣ, ବରଗଡ଼ରୁ ୬୬ ଜଣ, ଭଦ୍ରକରୁ ୧୭୯ଜଣ, ବଲାଙ୍ଗୀରରୁ ୧୮ ଜଣ, ବୌଦ୍ଧରୁ ୫୯ଜଣ, କଟକରୁ ୨୩୦ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୫୪ଜଣ, ଗଜପତିରୁ ୫୮ ଜଣ, ଗଞ୍ଜାମରୁ ୩୬ ଜଣ, ଜଗତସିଂହପୁରରୁ ୧୨୯ ଜଣ, ଯାଜପୁରରୁ ୩୯୧ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୫୪ ଜଣ, କନ୍ଧମାଳରୁ ୫୫ ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେଉଁଝରରୁ ୮୯ଜଣ, ଖୋର୍ଦ୍ଧାରୁ ୫୦୦ ଜଣ, କୋରାପୁଟରୁ ୬୩ ଜଣ, ମାଲକାନଗିରିରୁ ୭୨ଜଣ, ମୟୁରଭଞ୍ଜରୁ ୧୮୭ଜଣ, ନବରଙ୍ଗପୁରରୁ ୮୩ ଜଣ, ନୟାଗଡ଼ରୁ ୯୭ଜଣ, ନୂଆପଡ଼ାରୁ ୨୮ ଜଣ, ପୁରୀରୁ ୧୪୧ଜଣ, ରାୟଗଡ଼ାରୁ ୪୫ଜଣ, ସମ୍ୱଲପୁରରୁ ୩୮ଜଣ, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲରୁ ୭୬ଜଣକରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୫୯ ,୫୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮,୦୪,୯୮୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୧, ୧୦୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

ଲକ୍‌ଡାଉନର ନୂଆ ନିୟମ ଜାରିକଲେ ରାଜ୍ୟ ସରକାର

Wed Jun 16 , 2021
ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ କଟକଣାକୁ ଆଂଶିକ କୋହଳ କରାଯାଇଛି। କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା। ଏହି ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ […]
ଲକ୍‌ଡାଉନର ନୂଆ ନିୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial