ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ : ନାକ ନାହିଁ, ଗୋଟିଏ ସ୍ଥାନରେ ଦୁଇଟି ଆଖି

ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଛି। ଶିଶୁର ନାକ ନଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଏମ୍‌କେସିଜି ମେଡିକାଲର ବରିଷ୍ଠ ଶିଶୁରୋଗ ବିଭାଗ ଡା. ସୁନୀଲ କୁମାର ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ଏମ୍‌କେସିଜି ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଜେନେଟିକ୍‌ ସମସ୍ୟା ଯୋଗୁଁ ଶରୀର ଗଠନରେ ଅସୁବିଧା ହୋଇ ଏଭଳି ସମସ୍ୟା ହୋଇଥାଏ ବୋଲି ଡା. ଅଗ୍ରୱାଲ୍‌ କହିଛନ୍ତି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଡାମେରକିଆ ଗ୍ରାମର ଗୌତମ ଦୀପ୍‌ଙ୍କ ପତ୍ନୀ ଯସ୍ମିନ୍‌ କୁମାରୀ ଦୀପ୍‌ ଗର୍ଭବତୀ ଥିବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ମଧ୍ୟାହ୍ନରେ ସେ ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ଲେବର୍‌ ରୁମ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ପରୀକ୍ଷା ପରେ ଗର୍ଭରେ ଥିବା ସନ୍ତାନର ସେଭଳି କୌଣସି ପ୍ରତିକ୍ରିୟା ଜଣାପଡ଼ୁ ନଥିଲା। ଏଣୁ ଶିଶୁଟି ମୃତ୍ୟୁବରଣ କରିଥିବା ଡାକ୍ତରମାନେ ଅଶଙ୍କା କରିଥିଲେ। ମା’ର ଜୀବନ ବଞ୍ଚାଇବା ପାଇଁ ଶେଷରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଥିଲା। ପରେ ଡାକ୍ତରମାନେ ଶିଶୁକୁ ମୃତ ଘୋଷଣା କରିଥିଲେ। ଏଭଳି ଅଦ୍ଭୁତ ଶିଶୁ ଜନ୍ମ ଘଟଣା ଆଜି ଏମ୍‌କେସିଜି ମେଡିକାଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Share Now:

Kalinga News Beuro

Next Post

୯,୫୦୦ଟଙ୍କା ପାଇଁ ଡାକ୍ତରଖାନାରେ ରୋଗୀଙ୍କ ଗଳା କାଟି ହତ୍ୟା କଲେ କର୍ମଚାରୀ

Wed Jun 16 , 2021
ଚେନ୍ନାଇ : ଟଙ୍କା ପାଇଁ ରାକ୍ଷସ ପାଲଟିଲା ମଣିଷ। ଯେଉଁଠି ଲୋକଙ୍କୁ ନୂଆ ଜୀବନ ମିଳେ ବୋଲି କୁହାଯାଏ, ସେଠାରେ ଗୋଟେ ଜୀବନ ଦୀପକୁ ଲିଭାଇ ଦିଆଯିବ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର କେଇ ଟଙ୍କା ପାଇଁ ଜଣେ ଡାକ୍ତରଖାନା କର୍ମଚାରୀ ରୋଗୀଙ୍କ ଗଳା କାଟି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମିଳିଥିବା ସୂଚନା ମୁତାବକ, ମେ ୨୩ରେ ଚେନ୍ନାଇର ରାଜୀବ […]
ଟଙ୍କା ପାଇଁ ଡାକ୍ତରଖାନାରେ ରୋଗୀଙ୍କ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial