୯,୫୦୦ଟଙ୍କା ପାଇଁ ଡାକ୍ତରଖାନାରେ ରୋଗୀଙ୍କ ଗଳା କାଟି ହତ୍ୟା କଲେ କର୍ମଚାରୀ

ଟଙ୍କା ପାଇଁ ଡାକ୍ତରଖାନାରେ ରୋଗୀଙ୍କ ହତ୍ୟା

ଚେନ୍ନାଇ : ଟଙ୍କା ପାଇଁ ରାକ୍ଷସ ପାଲଟିଲା ମଣିଷ। ଯେଉଁଠି ଲୋକଙ୍କୁ ନୂଆ ଜୀବନ ମିଳେ ବୋଲି କୁହାଯାଏ, ସେଠାରେ ଗୋଟେ ଜୀବନ ଦୀପକୁ ଲିଭାଇ ଦିଆଯିବ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର କେଇ ଟଙ୍କା ପାଇଁ ଜଣେ ଡାକ୍ତରଖାନା କର୍ମଚାରୀ ରୋଗୀଙ୍କ ଗଳା କାଟି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମିଳିଥିବା ସୂଚନା ମୁତାବକ, ମେ ୨୩ରେ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରୁ ସୁମିତା (୪୧) ନିଖୋଜ ହୋଇଯାଇଥିଲେ। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ତାଙ୍କ ସ୍ୱାମୀ ମୌଲି ମେ ୩୧ରେ ପୁଲିସରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ଡାକ୍ତରଖାନା କର୍ମଚାରୀମାନେ ସରକାରୀ ଡାକ୍ତରଖାନା କମ୍ପ୍ଲେକ୍ସର ଟାୱାର ୩ର ଅଷ୍ଟମ ମହଲାରେ ଏକ ମୃତଦେହ ପାଇଥିଲେ। ମୃତଦେହକୁ ଶବଗୃହକୁ ସ୍ଥାନାନ୍ତର କରିବା ପରେ ପୁଲିସ ମୌଲିଙ୍କୁ ମୃତଦେହଟି ତାଙ୍କ ପତ୍ନୀଙ୍କର କି ନାହିଁ ଚିହ୍ନଟ କରିବାକୁ ଡାକିଥିଲେ। ମୃତଦେହରେ ଥିବା ପୋଷାକକୁ ଦେଖି ମୃତଦେହଟି ତାଙ୍କ ପତ୍ନୀଙ୍କର ବୋଲି ମୌଲି ଚିହ୍ନଟ କରିଥିଲେ। ତଦନ୍ତ ହେବା ପରେ ହତ୍ୟାକାରୀ ଡାକ୍ତରଖାନାର ଚୁକ୍ତିଭିତ୍ତିକ କର୍ମଚାରୀ ରାଧାଦେବୀ ବୋଲି ଜଣାପଡିଥିଲା। ସୁମିତାଙ୍କ ପାଖରେ ୯,୫୦୦ଟଙ୍କା ଥିବା ଜାଣି ଚୋରି କରିବା ପାଇଁ ସେ ସୁମିତାଙ୍କୁ ହତ୍ୟା କରିଥିଲେ। ସ୍କାନ ହେବାର ଅଛି ବୋଲି କହି ହ୍ୱିଲ ଚେୟାରରେ ରାଧାଦେବୀ ସୁମିତାଙ୍କୁ ସର୍ଭିସ ଲିଫ୍ଟ ବ୍ୟବହାର କରି ୮ମ ମହଲାକୁ ନେଇଥିଲେ। ସେଠାରେ ଲିଫ୍ଟରୁ ବାହାରିବା ପୂର୍ବରୁ ସେ ସୁମିତାଙ୍କ ଗଳା କାଟି ହତ୍ୟା କରିଥିଲେ। ହତ୍ୟା କରି ପରେ ସୁମିତାଙ୍କ କେବିନକୁ ଆସି ୯,୫୦୦ଟଙ୍କା ଏବଂ ଫୋନ ନେଇ ଫେରାର ହୋଯାଇଥିଲେ ରାଧାଦେବୀ। ପ୍ରକୃତ ଘଟଣା ଜଣାପଡିବା ପରେ ଏବେ ରାଧାଦେବୀଙ୍କୁ ଗିରଫ କରିଛି ପୁଲିସ।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜଙ୍କ ବିବାହ: କେଦାରଗୌରୀରେ ପଡ଼ିଲା ହାତଗଣ୍ଠି

Wed Jun 16 , 2021
ଆଜି ଶୀତଳଷଷ୍ଠୀରେ ଫେରିବେ ଦେବଦମ୍ପତି ପୁରୁଣା ଭୁବନେଶ୍ୱର: କରୋନା କଟକଣା କୋଳାହଳ ଓ ଜନ ସମାବେଶକୁ କମାଇ ଦେଇଥିଲା। କିନ୍ତୁ ବିବାହ ବିଧି‌ରେ ଟିକିଏ ବି ଊଣା ହୋଇନଥିଲା। ବରଯାତ୍ରୀ ପଟୁଆର ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ଓ ସେଠାରେ ଯଥାରୀତି ମା’ ପାର୍ବତୀଙ୍କ ସହ ତାଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପାଣିଗ୍ରହଣ ଉତ୍ସବ ପରେ ଜ୍ବାଇଁ ଓ ବରଯାତ୍ରୀଙ୍କୁ ପାରମ୍ପରିକ […]
ଶ୍ରୀଲିଙ୍ଗରାଜଙ୍କ ବିବାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial