କଟକଣା ସତ୍ତ୍ୱେ ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ

ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ

ହରିଦ୍ୱାର: ଆଜି ରବିବାର ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ ହରିଦ୍ୱାରର ଗଙ୍ଗା କୂଳରେ ଶହ ଶହ ଭକ୍ତ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି। କରୋନା ମହାମାରୀ ପାଇଁ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିବା ବେଳେ ଲୋକେ ଖୁଲମ ଖୁଲା ନିୟମ ଉଲ୍ଲଙ୍ଘନ କରି ଗଙ୍ଗାରେ ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏହି ସମାନ ଦୃଶ୍ୟ ଉତ୍ତରପ୍ରଦେଶର ଫାରୁଖବାଦ୍ ସହରରେ ମଧ୍ୟ ଦେଖିବାକୁ ମିଳିଛି। ଲୋକେ ଉଭୟ ସ୍ଥାନରେ ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ ନକରି ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଜି ଜୁନ୍ ୨୦ ଏବଂ ଜୁନ୍ ୨୧ରେ ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗଙ୍ଗା ସ୍ନାନକୁ କରୋନା ମହାମାରୀ କାରଣରୁ ରଦ୍ଦ କରିଦିଆଯାଇଥିବା ନେଇ ପ୍ରଶାସନ ଘୋଷଣା କରିଥିଲା। ବରିଷ୍ଠ ପୋଲିସ୍ ଅଧୀକ୍ଷକ ଡି ସେଣ୍ଟିଲ୍ ଅବୁଦାଇ କୃଷ୍ଣରାଜ ଏସ୍ କହିଥିଲେ ଯେ ଜୁନ୍ ୨୦ ଏବଂ ୨୧ରେ ବାହାର ରାଜ୍ୟରୁ ଭକ୍ତମାନେ ହରିଦ୍ୱାରକୁ ଆସିବା ଉଚିତ୍ ନୁହେଁ। କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଥିବାରୁ ଲୋକମାନେ ଘରେ ରହିବା ଉଚିତ। ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ସ୍ନାନ ପର୍ବରେ ହର କି ପୌରୀ ଘାଟରେ ଏକ ସାଙ୍କେତିକ ସ୍ନାନ ହେବ। ଏହି ସାଙ୍କେତିକ ସ୍ନାନରେ, କେବଳ ତୀର୍ଥ ପୁରୋହିତ ଏବଂ ଗଙ୍ଗା ସଭାର ଅଧିକାରୀମାନେ ସ୍ନାନ କରିପାରିବେ। ହର୍ କି ପୌରୀ ଏବଂ ଅନ୍ୟାନ୍ୟ ଘାଟରେ ସାଧାରଣ ଭକ୍ତମାନେ ପବିତ୍ର ବୁଡ଼ ପକାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ହେଲେ ଆଜି ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଲୋକେ କରୋନା ଭଳି ଭୟଙ୍କର ଭୂତାଣୁ ବିଷୟରେ ଭୁଲି ଏଭଳି ନିୟମ ଉଲ୍ଲଙ୍ଘନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଏତେ ସଂଖ୍ୟକ ଲୋକ ବୁଡ଼ ପକାଇବା ପରେ ଜିଲ୍ଲା ପ୍ରଶାସନ ସମାଲୋଚନାର ଶିକାର ହୋଇଛି।

Share Now:

Kalinga News Beuro

Next Post

ଅଧ ରାତିରେ ରୋଷେଇ ଘରେ ବିଶାଳ ହାତୀ

Mon Jun 21 , 2021
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ହୁଆ ହୀନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଏକ ବିଶାଳ ହାତୀ ଖାଦ୍ୟ ଖୋଜିଖୋଜି ଘର ଭାଙ୍ଗି ରୋଷେଇ ଘରେ ଆସି ପସିଥିବା ଦେଖିବାକୁ ମିଳିଛି। ଘର ମାଲିକ ଏହି ଘଟଣାର ଫଟୋ ଫେସବୁକରେ ସେୟାର କରିବା ପରେ ଏହା ଭାଇରାଲ ହୋଇଯାଇଥିଲା। ସେ ଏହି ପୋଷ୍ଟ କରି ଲେଖିଥିଲେ, ‘ତୁମେ ପ୍ରତିଦିନ ଆସି ପାରିବ!’ ଘର ମାଲିକ ରାଚାଦାୱନ ଫୁଙ୍ଗପ୍ରାସୋପ୍ରୋନଙ୍କ କହିବାନୁସାରେ, ରବିବାର ରାତି […]
ରୋଷେଇ ଘରେ ପଶୁଥିଲା ବିଶାଳ ହାତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial