ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର : ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ସରିବ। ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା। କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଯ଼ଥା ଶୀଘ୍ର ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ଶେଷ ହୋଇନାହିଁ। ଗତ ମାର୍ଚ୍ଚ ୧୦ରେ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏପ୍ରିଲ ୩୦ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ କୁହାଯାଇଥିଲା। ତାପୂର୍ବରୁ ଜାନୁଆରି ମାସରେ ବି କମିଶନଙ୍କ ପକ୍ଷରୁ ସମାନ ପ୍ରସଙ୍ଗରେ ପତ୍ର ଲେଖାଯାଇଥିଲା। ଏହା ସତ୍ତ୍ୱେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସରିନଥିବାରୁ ନିର୍ବାଚନ ଯଥା ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି।

Share Now:

Kalinga News Beuro

Next Post

ବ୍ୟାଙ୍କକରେ ୨୩୦ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମୂର୍ତ୍ତି

Tue Jun 22 , 2021
ସମଗ୍ର ବ୍ୟାଙ୍କକକୁ ହେଉଛି ଦୃଶ୍ୟମାନ ବ୍ୟାଙ୍କକ: ଥାଇ ମନ୍ଦିର ୬୯ ମିଟର ଉଚ୍ଚତା (୨୩୦ ଫୁଟ) ବିଶିଷ୍ଟ ବୁଦ୍ଧ ମୂର୍ତ୍ତି ନିର୍ମାଣ କରିଛି। ଯାହାକି ସମଗ୍ର ବ୍ୟାଙ୍କକକୁ ଦୃଶ୍ୟମାନ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ଘୁଞ୍ଚାଇ ଦିଆଯାଇଛି। ବ୍ୟାଙ୍କକ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏହା ଚାଓ […]
୨୩୦ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମୂର୍ତ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial