ନୂଆପଲ୍ଲୀରୁ ଶ୍ମଶାନ ଓ ଖେଳପଡ଼ିଆ ଉଚ୍ଛେଦ ଘଟଣା: ବିଧାୟକଙ୍କ ନେତୃତ୍ବରେ ଆରମ୍ଭ ହେଲା ଆଲୋଚନା

ନୂଆପଲ୍ଲୀରୁ ଶ୍ମଶାନ ଓ ଖେଳପଡ଼ିଆ ଉଚ୍ଛେଦ ଘଟଣା

ଭୁବନେଶ୍ବର: ନୂଆପଲ୍ଲୀ ୟୁରେକା ଛକ ନିକଟରେ ଥିବା ଶ୍ମଶାନ ଓ ଶବର ସାହି ଖେଳ ପଡ଼ିଆକୁ ଉଚ୍ଛେଦ କରି କଳିଙ୍ଗ ଷ୍ଟାଡିୟମ୍‌ରେ ମିଶାଇବା ଘଟଣା ନୂଆ ମୋଡ଼ ନେଇଛି। ପ୍ରଥମେ ସ୍ଥାନୀୟ ଲୋକଙ୍କ ବିରୋଧ ସାଙ୍ଗକୁ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ କର୍ମୀ ଏହାକୁ ବିରୋଧ କରିଥିଲେ। ଆଉ ଆଜି ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ନୂଆପଲ୍ଲୀର ବେହେରା ସାହି, ଭୋଇ ସାହି, ମୁଣ୍ଡା ସାହି ଓ ଶବର ସାହିର ୨୦ରୁ ଅଧିକ ପୁରୁଷ ଓ ମହିଳାଙ୍କ ସହ ଏନେଇ ଆଲୋଚନା କରିଛନ୍ତି।
ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତଙ୍କ ଉପସ୍ଥିତ ଥିବା ବେଳେ ଲୋକେ ସେମାନଙ୍କ ଅଭିଯୋଗ ବିଧାୟକ ଓ ଅତିରିକ୍ତ ଡିସିପିଙ୍କୁ ଜଣାଇଥିଲେ। କେବଳ ମୌଖିକ ଭାବେ ଆଜି ଏହି ଆଲୋଚନା ହୋଇଥିବା ବେଳେ ଯଦି ଘଟଣାର କିଛି ନିର୍ଯ୍ୟାସ ନ ବାହାରେ ତେବେ ଲିଖିତ ଆକାରରେ ପୁଣି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଶ୍ମଶାନ ଓ ଖେଳ ପଡ଼ିଆ ଉଚ୍ଛେଦ ନ କରିବାକୁ ନିବେଦନ କରାଯିବ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ନବକିଶୋର ବେହେରାଙ୍କ ସମେତ ଅର୍ଜୁନ ବେହେରା, ପ୍ରଦୀପ କୁମାର ଦାସ, ମାନସ ଭୋଇ, ମନୋରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ପୃଷ୍ଟି, ମୌଜି ବେହେରା, ଶଙ୍କର ନାଏକ, ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ବାତିଲ ହେବନି ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା

Tue Jun 22 , 2021
ନୂଆଦିଲ୍ଲୀ: କୋଭିଡ କାରଣରୁ ନିୟମିତ ପରୀକ୍ଷା ବାତିଲ ହୋଇଥିବାରୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ସିବିଏସ୍ଇ ଏବଂ ସିଆଇଏସସିଇ ଦ୍ୱାରା ପ୍ରସ୍ତାବିତ ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମୋଦନ କରିଛନ୍ତି। ନିୟମିତ ପରୀକ୍ଷା ବିକଳ୍ପ ଖୋଜୁଥିବା କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ୍ ଏଏମ୍ ଖାନୱିଲକର ଏବଂ ଦିନେଶ ମହେଶ୍ୱରୀଙ୍କ ଅବସରକାଳୀନ ଖଣ୍ଡପୀଠ ଶିକ୍ଷା ବୋର୍ଡର ପ୍ରସ୍ତାବକୁ “ଉଚିତ ଏବଂ ଯୁକ୍ତିଯୁକ୍ତ” ବୋଲି […]
ବାତିଲ ହେବନି ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial