ସେପ୍ଟେମ୍ବର ୧୦ରେ ବଜାର ପ୍ରବେଶ ହେବ ‘ଜିଓ ଫୋନ ନେକ୍ସଟ’

ଜିଓ ଫୋନ ନେକ୍ସଟ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ପାନୀ ଆଜି ତାର ୪୪ତମ ବାର୍ଷିକ ବୈଠକ ଆୟୋଜନ କରିଛି। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିଛନ୍ତି। ଗୁଗୁଲ ଓ ଜିଓ ମିଳିତ ଭାବେ ଏକ ସ୍ମାର୍ଟ ଫୋନ ଲଞ୍ଚ କରିଛନ୍ତି, ଯାହାର ନାଁ ହେଉଛି ଜିଓ ଫୋନ ନେକ୍ସଟ। ଏହି ଫୋନ ଦୁନିଆର ସବୁଠାରୁ ଶସ୍ତା ଫୋନ ବୋଲି ସେ ଦାବି କରିଛନ୍ତି। ଜିଓ ଫୋନ ନେକ୍ସଟ ଏକ ଫିଚର ସ୍ମାର୍ଟ ଫୋନ। ଏଥିରେ ଗୁଗୁଲ ଓ ଜିଓର ସମସ୍ତ ଆପ୍ଲିକେସନ ମିଳିବ। ଏହି ଫୋନରେ ଭଏଶ ଆସିଷ୍ଟାଣ୍ଟ ଓ ଲାଙ୍ଗୁଏଜ ଟ୍ରାନ୍ସଲେସନର ଫିଚର ମଧ୍ୟ ମିଳିବ। ଏହି ଫୋନ ସେପ୍ଟେମ୍ବର ୧୦ରେ ଭାରତରେ ଲଞ୍ଚ ହେବ। ଭାରତ ଛଡା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଏହି ଫୋନ ଲଞ୍ଚ କରିବ ଜିଓ। ଏହାସହ ଭାରତରେ ୫ଜି ସେବା ପାଇଁ ମଧ୍ୟ ରିଲାଏନ୍ସ ପ୍ରସ୍ତୁତ ହୋଇ ସାରିଥିବା କହିଛନ୍ତି ମୁକେଶ ଅମ୍ବାନୀ। ଦେଶରେ ୫ଜି ସେବା ଆରମ୍ଭ କରିବାକୁ ପୂର୍ବରୁ ଘୋଷଣା କରିଥିଲା ରିଲାଏନ୍ସ। ତେବେ ଏନେଇ କାମ ଆରମ୍ଭ କରାଯିବ ବୋଲି କମ୍ପାନି ଘୋଷଣା କରିଛି।

Share Now:

Kalinga News Beuro

Next Post

ପାଣିରେ ବୁଡ଼ିଲା ମାଲଗୋଦାମ : ୩୦ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ

Thu Jun 24 , 2021
କଟକ: ମଙ୍ଗଳବାର ରାତିରେ ହୋଇଥିବା ବର୍ଷାରେ ଗତକାଲି ମାଲଗୋଦାମରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ତିନି ଫୁଟ ଉଚ୍ଚତାର ପାଣି ମାଲଗୋଦାମରେ ଜମି ରହିବାରୁ ବିଭିନ୍ନ ଦୋକାନ ଭିତରେ ପାଣି ପଶି ପ୍ରାୟ ୩୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଗୋଦାମରେ ନଷ୍ଟ ହୋଇଛି। ଜାମ ହୋଇଥିବା ଡ୍ରେନ ସିଏମସି ସଫା କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବଣିକ ସଂଘ ଅଭିଯୋଗ କରିଛି। ସୂଚନା ଅନୁଯାୟୀ, ବଣିକ […]
ପାଣିରେ ବୁଡ଼ିଲା ମାଲଗୋଦାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial