ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ ଘଟଣା : ୨ ଅଭିଯୁକ୍ତ ଅଟକ

ବିମାନ ବନ୍ଦରରେ ବିସ୍ଫୋରଣ ଘଟଣା

ଜମ୍ମୁ: ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଘଟଣାରେ ଭାରତୀୟ ବାୟୁସେନାର ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ତେବେ ତଦନ୍ତ ପରେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିବା ସହ ୨ଜଣ ଅଭିଯୁକ୍ତଙ୍କୁ ସନ୍ଦେହରେ ଅଟକ ରଖାଯାଇଥିବା କହିଛନ୍ତି ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟ ଦୀଲବାଗ ସିଂ। ସେ କହିଛନ୍ତି ଯେ, ବାୟୁସେନା, ନ୍ୟାସନାଲ ବମ୍ବ ଡାଟା ସେଣ୍ଟର, ଫୋରେନସିକ୍ ବିଶେଷଜ୍ଞ ତଥା ଜମ୍ମୁ କଶ୍ମୀର ପୁଲିସର ଦଳ ମଧ୍ୟ ଏହି ଆକ୍ରମଣର ତଦନ୍ତ କରୁଛନ୍ତି। ଜମ୍ମୁ ଏୟାରଫିଲ୍ଡରେ ହୋଇଥିବା ବିସ୍ଫୋରଣରେ ପେଲୋଡ୍ ଥିବା ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଜମ୍ମୁ ପୁଲିସକୁ ଘଟଣାସ୍ଥଳରୁ ଆଉ ଏକ କ୍ରୁଡ଼ ବୋମା ମିଳିଛି। ଏହି ବୋମା କିଛି ଦିନ ତଳେ ଗିରଫ ହୋଇଥିବା ଲସ୍କର-ଇ-ତଇବାର ଜଣେ ଆତଙ୍କବାଦୀଠାରୁ ଜବତ କରାଯାଇଥିଲା, ଯିଏ କିଛି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହି ବୋମା ସାହାଯ୍ୟରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିବା ବେଳେ ରାତି ୧.୩୭ରେ ଘଟିଥିବା ଦ୍ବିତୀୟ ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଏହାକୁ ବଡ଼ ଗୁରୁତର ଘଟଣା ଭାବେ ବିବେଚନା କରାଯାଉଛି। ବିମାନ ବନ୍ଦରରେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଟିମ୍‌ ମଧ୍ୟ ଉପସ୍ଥିତ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍‌ୱେ ଏବଂ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥାଏ। ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ। ଏହି ଘଟଣା ପରେ ବିମାନ ଚଳାଚଳରେ କୌଣସି ବାଧା ଉପୁଜିନଥିଲେ ବି ସୁରକ୍ଷାକୁ କଡାକଡି କରାଯାଇଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ୩୪୦୮ ନୂଆ କରୋନା ଆକ୍ରାନ୍ତ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଲା

Sun Jun 27 , 2021
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୬୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ ଓ କଟକରୁ ୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଯାଇଛି। ରାଜ୍ୟ ସୂଚନା […]
ଓଡ଼ିଶାରେ ୩୪୦୮ ନୂଆ କରୋନା ଆକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial