କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପରେ ପ୍ରବେଶ ମନା

ଭାରତୀୟଙ୍କୁ ୟୁରୋପରେ ପ୍ରବେଶ ମନା

ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ-ଅଦାର ପୁନାୱାଲା

ନୂଆଦିଲ୍ଲୀ: କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଛନ୍ତି କୋଭିସିଲ୍ଡ ଟକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା। ପୁନାୱାଲା ଟ୍ୱିଟ ଯୋଗେ କହିଛନ୍ତି କି ଏନେଇ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରାଯିବ। ସେ ଆହୁରି କହିଛନ୍ତି କି ୟୁରୋପୀୟ ସଂଘର ନୂଆ ‘ଭ୍ୟାକ୍ସିନ ପାସପୋର୍ଟ ’ ଯୋଜନା ପରେ ଏଭଳି ସମସ୍ୟା ଦେଖା ଦେଇଛି, ଯେଉଁଥିରେ ଆଷ୍ଟ୍ରାଜେନିକା- ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ଭାରତରେ ପ୍ରସ୍ତୁତ ହୋଇଥିବା ଟିକାକୁ ମାନ୍ୟତା ମିଳିନାହିଁ। ଏଭଳି ସମସ୍ୟାକୁ ନିୟାମକ ସଂସ୍ଥା ଓ ବୈଦେଶିକ ବିଭାଗ ପାଖରେ ଉଠାଇବେ ଓ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ ଭାରତୀୟଙ୍କୁ ଆଶ୍ୱସ୍ଥ କରିଛନ୍ତି।
ସୂଚନା ମୁତାବକ, ୟୁରୋପୀୟ ସଂଘ ଏପର୍ଯ୍ୟନ୍ତ ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଭ୍ୟାକ୍ସଜେବେରିଆ ଟିକାକୁ ମାନ୍ୟତା ଦେଇଛନ୍ତି। ଏହାସହ ୟୁରୋପୀୟ ସଂଘ ବାୟୋଏନଟେକ- ଫାଇଜର, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ଟିକାକୁ ମାନ୍ୟତା ଦେଇଛି। ମାତ୍ର ୟୁରୋପୀୟ ସଂଘ କୋଭିସିଲ୍ଡକୁ ମାନ୍ୟତା ଦେଇ ନଥିବାରୁ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲଗାଇଛି। ଅନ୍ୟପଟେ ଜୁଲାଇ ପହିଲାରୁ ୟୁରୋପୀୟ ସଂଘ ନାଗରିକଙ୍କ ଯାତାୟତ ପାଇଁ ଏକ ଡିଜିଟାଲ କୋଭିଡ ସାର୍ଟିଫିକେଟ ଯୋଜନା ପ୍ରସ୍ତୁତ କରିଛି। ଏହି ସାର୍ଟିଫିକେଟ୍ ପ୍ରସ୍ତୁତ କରାଯିବାର କାରଣ ରହିଛି ଯେଉଁମାନେ ଦେଶ ଭିତରକୁ ପ୍ରବେଶ କରିବେ ସେମାନେ ଟିକା ନେଇଥିବା ଜରୁରୀ ନଚେତ କୋଭିଡ ନେଗେଟିଭ୍ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ। ୟୁରୋପୀୟ ସଂଘର ଏଭଳି ନିୟମ ପରେ ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଥିବେ ସେମାନଙ୍କୁ ୟୁରୋପରେ ପ୍ରବେଶ ଅନୁମତି ମିଳିବ ନାହିଁ।

Share Now:

Kalinga News Beuro

Next Post

ଦିନ ଦ୍ଵିପ୍ରହରରେ ଦୁର୍ବୃତ୍ତ ଲୁଟୁଛନ୍ତି ସରକାରୀ ସମ୍ପତ୍ତି

Mon Jun 28 , 2021
ରାଜମହଲ ଓଭରବ୍ରିଜ୍ ତଳୁ ଲୁହାବାଡ଼ ଭାଙ୍ଗିନେଲା ଭୁବନେଶ୍ବର : ଥାନାର ଦୂରତା ମାତ୍ର ତିନି ଶହ ମିଟର। କୋଭିଡ କଟକଣା ଲାଗି ରାଜରାସ୍ତାରେ କୁଆଡ଼େ ପୁଲିସ ଗାଡ଼ି ପଇଁତରା ମାରୁଛି। କିନ୍ତୁ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ ଦୁର୍ବୃତ୍ତ ଲୁଟି ଚାଲିଛି ସରକାରୀ ସମ୍ପତ୍ତି। ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ ଛକରେ ଘଟିଛି। କ୍ୟାପିଟାଲ ଥାନା ଅଞ୍ଚଳର ଏହି ଅଭାବନୀୟ ଚିତ୍ର […]
ଦୁର୍ବୃତ୍ତ ଲୁଟୁଛନ୍ତି ସରକାରୀ ସମ୍ପତ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial