ତୃତୀୟ ଓଡ଼ିଆ ଭାବେ ରାଜ୍ୟ ପାଇଁ ଗୌରବ ଆଣିଲେ ସୁନୀତା: ନିଜ ଗାଁରେ ଏବେ ଖୁସିର ମାହୋଲ

ଭୁବନେଶ୍ୱର:ଭାରତୀୟ ମହିଳା ହକି ଟିମର ଅଧିନାୟକ ଭାବେ ନିଯୁକ୍ତି ପାଇବା ପରେ ନିଜ ଗାଁ କେସରାମାଲରେ ଖୁସିର ମାହୋଲ ଖେଳିଯାଇଛି। ଏହା ରାଜ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସୁନୀତାଙ୍କ ବାପା କହିଛନ୍ତି। ଆସନ୍ତା ୧୩ ତାରିଖରୁ କୋରିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳର ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି। ଡିଫେଣ୍ଡର ଭାବେ ଖେଳୁଥିବା ୨୭ ବର୍ଷୀୟା ସୁନୀତା ଦୀର୍ଘ ଦିନ ହେବ ଭାରତୀୟ ଦଳର ସଦସ୍ୟ ଭାବେ ରହି ଆସିଛନ୍ତି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ଝିଅ ସୁନୀତା ଏପର୍ଯ୍ୟନ୍ତ ୧୦୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି। ଜ୍ୟୋତି ସୁନୀତା କୁଲୁ ଏବଂ ସୁଭଦ୍ରା ପ୍ରଧାନ ପରେ ତୃତୀୟ ଓଡିଆ ମହିଳା ଭାବେ ସୁନୀତା ଭାରତୀୟ ଟିମର ନେତୃତ୍ୱ ନେବେ। ସୁନୀତାଙ୍କ ବ୍ୟତୀତ ଭାରତୀୟ ଦଳରେ ଆଉ ୪ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର ଦୀପଗ୍ରେସ ଏକ୍କା, ମିଡ୍ ଫିଲଡର ନମିତା ଟପ୍ପୋ ଓ ଲିଳିମା ମିଞ୍ଜ ଏବଂ ଫରଓ୍ୱାର୍ଡ ଅନୁପା ବାର୍ଲା। ୨୦୧୬ ଏସିଆନ୍ ଚାମ୍ପିୟନ୍ସିପରେ ଭାରତ, ଚୀନକୁ ପରାସ୍ତ କରି ଚାମ୍ପିୟନ୍ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ଜିଲ୍ଲା ପରିଷଦ ସଭ୍ୟାଙ୍କ ଘର ନିକଟରୁ ବୋମା ଜବତ

Thu May 3 , 2018
ଧଉଳି: ଧଉଳି ଥାନା ଅଧୀନ ୨୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟଙ୍କ ବାସ ଭବନ ନିକଟରୁ ମଙ୍ଗଳବାର ଅପରାହ୍ଣରେ ଏକ ଅଫୁଟା ବୋମା ଜବତ ହୋଇଛି। ଏହା ଜାଣିବା ପରେ ତାଙ୍କ ସ୍ୱାମୀ ସୁବାସ ସୁନ୍ଦରାୟ ଧଉଳି ଥାନା ଓ ଜୋନ୍‌ର ଏସିପିଙ୍କୁ ଜଣାଇଥିଲେ। ଖବର ପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଟିକୁ ଜବତ କରିଥିଲେ। ଏ ସଂପର୍କରେ ଶ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial