ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଥିବା ଜଣାଯାଇଛି। ଅପରପକ୍ଷରେ ବରଗଡ଼, କଟକ ଓ ନୟାଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀରୁ ୪ ଏବଂ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ପ୍ରାଣହାନି ଘଟିଛି। ଠିକ୍ ସେହିପରି କଳାହାଣ୍ଡି ଜିଲ୍ଲାରୁ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ୟୁଏଇ ଓ ଓମାନରେ ଖେଳାଯିବ ଟି-୨୦ ବିଶ୍ବକପ : ଆଇସିସି

Tue Jun 29 , 2021
ମୁମ୍ବାଇ : ୟୁଏଇ ଓ ଓମାନରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଟି୨୦ ବିଶ୍ବକପ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି। ଏଥିପାଇଁ ପୂର୍ବରୁ ବିସିସିଆଇ ଦେଇଥିବା ପ୍ରସ୍ତାବରେ ଆଇସିସି ମୋହର ମାରିଛି। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମ, ଶାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ। ବିସିସିଆଇ ଏହି […]
ୟୁଏଇ ଓମାନରେ ଖେଳାଯିବ ଟି-୨୦ ବିଶ୍ବକପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial