ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦୂତୀ, ବୀରେନ୍ଦ୍ର,ଅନୁରାଧା ଓ କାଳୁଙ୍କ ନାଁ ସୁପାରିସ

ଖେଳରତ୍ନ ପୁରସ୍କାର

ଭୁବନେଶ୍ୱର: ବର୍ଷ ୨୦୨୧ ପାଇଁ ଦିଆଯିବାକୁ ଥିବା ଜାତୀୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୪ ଜଣ ପ୍ରତିଭାଙ୍କ ନାମକୁ ସୁପାରିସ କରାଯାଇଛି। କ୍ରୀଡ଼ା ବିଭାଗ ଓଡ଼ିଆ ଆଥଲେଟ ତଥା ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା, ହକିକୋଚ୍ କାଳୁ ଚୌଧୁରୀ ଓ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାମ ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟକୁ ସୁପାରିସ କରାଯାଇଛି।
ସୂଚନା ଅନୁସାରେ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିସ କରାଯାଇଛି। ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଲୋକପ୍ରିୟ ହକି କୋଚ କାଳୁ ଚରଣ ଚୌଧୁରୀଙ୍କ ନାମ ସୁପାରିସ ହୋଇଥିବା ଜଣାଯାଇଛି। ସେହିପରି କିଟ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ମାଇନିଂ କର୍ପୋରେସନକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଦିଆଯିବା ପାଇଁ ସୁପାରିସ କରାଯାଇଛି। ଏହି ଜାତୀୟ ପୁରସ୍କାର ପାଇଁ ନାମ ସୁପାରିଶ କରିବାର ଗତକାଲି ଶେଷ ତାରିଖ ରହିଥିଲା। ଏହି ଶେଷ ତାରିଖରେ ହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୪ ଜଣଙ୍କ ନାଁ ସୁପାରିଶ କରାଯାଇଛି।

Share Now:

Kalinga News Beuro

Next Post

ଜୁଲାଇ ୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକଡାଉନ

Wed Jun 30 , 2021
ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ କଟକଣା ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଆଶାନୁରୂପ ଭାବେ କମୁନଥିବାରୁ ରାଜ୍ୟ ସରକାର ଆଜି ଆଂଶିକ ଲକଡାଉନକୁ ଆସନ୍ତା ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ସଂକ୍ରମଣ ହାର ଅନୁସାରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରି କଟକଣା ଲାଗୁ କରାଯାଇଛି। ରାଜ୍ୟର […]
ଜୁଲାଇ ୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକଡାଉନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial