ଚୋର ଧରିବାକୁ ଯାଇ ନିସ୍ତୁକ ମାଡ଼ ଖାଇ ହସ୍‌ପିଟାଲରେ ଭର୍ତ୍ତି ହେଲେ ପୁଲିସ

ପୁଲିସକୁ ଗୋଡାଇ ପିଟିଲା ଚୋର

ଜଗତସିଂହପୁର: ଚୋର ଧରିବାକୁ ଯାଇଥିବା ପୁଲିସକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର। ପୁଲିସ କନେଷ୍ଟବଳ ଗୁରୁତର ଆହତ। ଘଟଣାସ୍ଥଳରୁ ଚୋର ଫେରାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ। ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଗତକାଲି ରାତିରେ ଚୋରିହୋଇଥିଲା। ଗ୍ରାମବାସୀ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ପୁଲିସ ସନ୍ଧାନି କୁକୁର ସାହାଯ୍ୟରେ ଆଜି ଅପରାହ୍ନରେ ତଦନ୍ତ କରିଥିଲେ। ତୋଟାସାହି ମନ୍ଦିର ଠାରୁ ସନ୍ଧାନୀ କୁକୁର ପଡୋଶୀ ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର କବାଟକୁ ଇଙ୍ଗିତ କରିଥିଲା। କବାଟ ବନ୍ଦ ଥିବାରୁ ସାଙ୍ଗରେ ଥିବା କନେଷ୍ଟବଳ ଜଣଙ୍କ କବାଟ ବାଡାଇ ଘରେ କିଏ ଅଛ ଡାକିଥିଲେ। ଘରଭିତରୁ ରତ୍ନାକରଙ୍କ ପୁଅ ନନ୍ଦ ଏକ ମାରଣାସ୍ତ୍ର ଧରି ବାହାରକୁ ଆସି ହଠାତ କନେଷ୍ଟବଳ ଜଣଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଗାଁ ଦାଣ୍ଡରେ କନେଷ୍ଟବଳ ଜଣଙ୍କୁ ଗୋଡେଇ ଗୋଡେଇ ମାଡମାରୁଥିବା ବେଳେ ଅଟକାଇବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି। ଗୁରୁତର ଆହତ ଅବସ୍ଥାରେ କନେଷ୍ଟବଳ ଜଣଙ୍କ ତଳେ ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କ ସହ ଜଣେ ମହିଳା ସବ-ଇନ୍ସପେକ୍ଟର ଥିବା ବେଳେ ମାଡମାରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାକୁ ନେଇ ଉଭୟ ଗ୍ରାମରେ ଛକାପନ୍ଛା ପରିସ୍ଥିତି ଲାଗିରହିଛି। ଗୁରୁତର ପୁଲିସଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳକୁ ଡକାଯାଇଥିବା ସୁଚନା ମିଳିଛି।

Share Now:

Kalinga News Beuro

Next Post

ଜୟଗୁରୁ କନଷ୍ଟ୍ରକ୍ସନ୍‌ର ପ୍ରବନ୍ଧ ନିର୍ଦ୍ଦେଶକ ଗିରଫ

Thu Jul 1 , 2021
ଜମି ଦେବାକୁ କହି ୮ଜଣଙ୍କଠାରୁ ଲୁଟିନେଲା ୬୬ଲକ୍ଷ ଭୁବନେଶ୍ବର : ଜମି କିଣୁଥିଲେ ସାବଧାନ। ଜମିର ପଟ୍ଟା, କାଗଜ ଓ ଅନ୍ୟାନ୍ୟ ତଥ୍ୟ ଦେଖି ତଥା ପ୍ରକୃତ ମାଲିକ ସହ ଯୋଗାଯୋଗ କରି ଜମି କିଣନ୍ତୁ। ନଚେତ୍ ଜମି ନିଜର ବୋଲି କହି କିଛି ବିଲ୍ଡର୍ ଲୋକଙ୍କୁ ଠକୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଲ୍ଲୀ ଅଞ୍ଚଳରେ। ନୂଆପଲ୍ଲୀ ଏକାମ୍ର ବିହାରର ଜୟଗୁରୁ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରବନ୍ଧ ନିର୍ଦ୍ଦେଶକ […]
ଜୟଗୁରୁ କନଷ୍ଟ୍ରକ୍ସନ୍‌ର ପ୍ରବନ୍ଧ ନିର୍ଦ୍ଦେଶକ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial