ଅଟକି ଗଲା ମୌସୁମୀ, ଜୁଲାଇ ୭ ପରେ ପୁଣି ସକ୍ରିୟ ହେବ : ଆଇଏମଡି ମହାନିର୍ଦ୍ଦେଶକ

ମୌସୁମୀ

ନୂଆଦିଲ୍ଲୀ : ଗତ ପ୍ରାୟ ୨ ସପ୍ତାହ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଛି। ଫଳରେ ଜୁନ ମାସ ଆରମ୍ଭରୁ ୩ୟ ସପ୍ତାହ ପର୍ୟ୍ୟନ୍ତ ଦେଶର ଅଧିକାଂଶ ଭାଗରେ ଭଲ ବର୍ଷା ହୋଇଥିବାବେଳେ ମାସ ଶେଷ ବେଳକୁ ବର୍ଷା ନିଅଣ୍ଟ ଦେଖାଦେଇଛି। ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଜୁନ ୧୯ରୁ ମୌସୁମୀ ଅଟକି ଯାଇଛି। ଫଳରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଆଦିରେ ପୁଣି ଗ୍ରୀଷ୍ମ ପ୍ରବାହ ଦେଖାଦେଇଛି। ତେବେ ଦେଶର ପୂର୍ବ ଓ ପୂର୍ବୋତ୍ତର ଭାଗରେ ଭଲ ବର୍ଷା ହୋଇଛି। କିନ୍ତୁ ଗତ କିଛି ଦିନ ହେଲା ଓଡ଼ିଶାରେ ବି ବର୍ଷା ପରିମାଣ କମିଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଏପରି ସ୍ଥିତି କେତେ ଦିନ ଲାଗି ରହିବ ? ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ ଏପରି ସ୍ଥିତି ଜୁଲାଇ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ଲାଗି ରହିବ। ଜୁଲାଇ ୭ ପରେ ସ୍ଥିତିରେ ଉନ୍ନତି ଆସିବା ସହ ମୌସୁମୀ ପୁଣି ସକ୍ରିୟ ହେବ ଓ ୨ୟ ଓ ୩ୟ ସପ୍ତାହ ବେଳକୁ ଭଲ ବର୍ଷା ହେବ। ସମଗ୍ର ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହେବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଗଞ୍ଜେଇ ଚାଲାଣ ମାମଲାରେ ୩ ଗିରଫ, ଅଟୋ-ବାଇକ ଓ ୩ ମୋବାଇଲ୍ ଜବତ

Fri Jul 2 , 2021
ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଅଟୋ (ଏଏଫ୍ ୩୧ ୱାଇ ୯୦୪୨), ଗୋଟିଏ ବାଇକ୍ (ଓଡି ୧୦ ଇ ୬୨୫୮) ଓ ୩ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା ଅନ୍ତର୍ଗତ କଣ୍ଟିଗୁଡା ଗ୍ରାମର ମଧୁ ମୁଚମ୍ (୨୮), ବାସୁ ମୁଚମ୍ (୨୭) […]
ଗଞ୍ଜେଇ ଚାଲାଣ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial