ରାଜଧାନୀରେ ବିଚିତ୍ର ସପ୍ତାହାନ୍ତ ସଟଡାଉନ୍: ନାଁ’କୁ ମାତ୍ର ପୁଲିସ ପଇଁତରା

ରାଜଧାନୀରେ ବିଚିତ୍ର ସପ୍ତାହାନ୍ତ ସଟଡାଉନ୍-1

ଚନ୍ଦ୍ରଶେଖରପୁର : କରୋନା କଟକଣା ପାଇଁ ଶନିବାର ଓ ରବିବାର ଦୁଇଦିନ ସପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ହୋଇଛି। କିନ୍ତୁ ଖୋଦ୍‌ ରାଜଧାନୀରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ସାଲିଆସାହି ବାଜପେୟୀନଗରରେ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଚାଲିଛି। ବଡ଼ କଥା ହେଉଛି, ଭିଡ଼ ଭିତରେ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପୁଲିସ ପିସିଆର୍‌ ହାଲୁକା ଭା‌ବେ ପଇଁତରା ମାରି ଫେରି ଯାଉଛି। ରାସ୍ତାଘାଟରେ ପୁଲିସ ଅମାନିଆ ନାଁରେ ଲୋକଙ୍କୁ ଜୁଲମ କରୁଥିବା ବେଳେ ଶହଶହ ଲୋକ ସପ୍ତାହାନ୍ତ ସଟ୍‌ଡାଉନ୍‌ ବେଳେ ଏକାଠି ହେଉଥିବା ଘଟଣାକୁ ଆଖି ବୁଜି ଦେଇଛି। ପୁଲିସର ଏହି ନାଁ’କୁ ମାତ୍ର ପଇଁତରାକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଛି।

ସୂଚନାନୁସାରେ, ସାଲିଆସାହି ବାଜପେୟୀନଗର ଯାତ୍ରା ପଡ଼ିଆରେ ଦୁଇ ଦିନ ହେଲାଣି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି। କରୋନା କଟକଣାକୁ ନମାନି ଶହ ଶହ ଲୋକ ପଡ଼ିଆରେ ଏକାଠି ହୋ‌ଇ କ୍ରିକେଟ୍‌ ଖେଳ ଦେଖୁଛନ୍ତି। ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ବାରଣ କରାଯାଇନାହିଁ। ଖବର ପାଇ ଶନିବାର ସକାଳେ ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଭୟରେ କିଛି ସମୟ ଖେଳ ବନ୍ଦ ହୋଇଯାଇଥିଲା। କିନ୍ତୁ ପୁଲିସ ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କୁ ତାଗିଦ୍ କରିନଥିଲା। ତେଣୁ ପରେ ପୁଣି ଅପରାହ୍‌ଣରେ ଖେଳ ଆରମ୍ଭ ହୋଇଥିଲା। କିଛି ସମୟ ପରେ ଏକ ପିସିଆର୍‌ ଭ୍ୟାନ୍‌ ସେଠାକୁ ଆସି କିଛି ସମୟ ଅପେକ୍ଷା କଲା, କିନ୍ତୁ କିଛି ନକହି ଫେରି ପଳାଇଥିଲା।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୨,୮୦୩ ଜଣ କରୋନା ପଜିଟିଭ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୪୭୫

Mon Jul 5 , 2021
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୮୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୯୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୦୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୭୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୭ଜଣ, ବାଲେଶ୍ୱରରୁ […]
ରାଜ୍ୟରେ ୨,୮୦୩ ଜଣ କରୋନା ପଜିଟିଭ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial