ଦୁବାଇର ଏକ ବନ୍ଦରରେ ବଡଧରଣର ବିସ୍ଫୋରଣ: ବିସ୍ଫୋରଣ ନେଇ ଚାଲିଛି ତଦନ୍ତ

ଦୁବାଇର ଏକ ବନ୍ଦରରେ ବଡଧରଣର ବିସ୍ଫୋରଣ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇର ଜେବେଲ ଅଲି ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖରେ ରହୁଥିବା ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ମିଳିଥିବା ସୂଚନା ମୁତାବକ ଜେବେଲ ଅଲି ବନ୍ଦରରେ ରଖାଯାଇଥିବା ଏକ ଜାହାଜରେ ଥିବା କଣ୍ଟେନରରେ ଏହି ବିସ୍ଫୋରଣ ହୋଇଥିଲା। ଦୁବାଇ ମିଡିଆ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ଯେ ଜେବଲ ଅଲି ବନ୍ଦରରେ ଥିବା ଏକ କଣ୍ଟେନରରେ ନିଆଁ ଲାଗିଯାଇ ଏଥିରେ ବିସ୍ଫୋରଣ ହୋଇଥିଲା।
ଦୁବାଇ ସିଭିଲ୍ ଡିଫେନ୍ସ ଟିମ୍ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି। ଗତକାଲି ରାତିରେ କଣ୍ଟେନରରେ ବିସ୍ଫୋରଣର ଶବ୍ଦ ଦୁବାଇର ମାରିନା ଅଞ୍ଚଳରେ ରହୁଥିବା ପ୍ରାୟ ସମସ୍ତ ଲୋକ ଶୁଣିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିସ୍ଫୋରଣର ଶବ୍ଦ ଯୋଗୁଁ ସେମାନଙ୍କ ଘରର ଝରକା ଓ କବାଟ ଥରିବାକୁ ଲାଗିଥିଲା। ଏହି ଅଞ୍ଚଳରେ ଭୟର ବାତାବରଣ ଜାରି ରହିଛି। କଣ୍ଟେନରରେ ବିସ୍ଫୋରଣ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଏହାର ଯାଞ୍ଚ କରାଯାଉ ଥିବାବେଳେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣର ପ୍ରତ୍ୟେକ ଦିଗ ଉପରେ ଆମେ ଅନୁସନ୍ଧାନ କରୁଛୁ। ଏହି ଘଟଣା ପଛରେ କୌଣସି ଆତଙ୍କବାଦୀ ଗୋଷ୍ଠୀର ହାତ ଅଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି।

Share Now:

Kalinga News Beuro

Next Post

ଅହମ୍ମଦାବାଦରେ ରଥଯାତ୍ରାକୁ ମଞ୍ଜୁରୀ : ଲାଗୁ ରହିବ କୋଭିଡ ନିୟମ

Thu Jul 8 , 2021
ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ହେତୁ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଧାର୍ମିକ ଆୟୋଜନକୁ ବି ମନା କରାଯାଇଛି। ଏହି କ୍ରମରେ ଗୁଜୁରାଟ ସରକାର ଅହମ୍ମଦାବାଦରେ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରକୁ ମଞ୍ଜୁରୀ ଦେଇଛନ୍ତି। କୋଭିଡ ଗାଇଡ ଲାଇନକୁ ପାଳନ କରି ଲୋକମାନେ ରଥାଯାତ୍ରା ପାଳନ କରି ପାରିବେ। ଯେଉଁ ପଥ ଦେଇ ରଥ ବାହାରିବ ସେହି ପଥରେ କର୍ଫ୍ୟୁ ଲାଗୁ କରାଯିବ। ରଥକୁ ଟାଣୁଥିବା ଲୋ‌କେ ୪୮ଘଣ୍ଟା ପୂର୍ବରୁ […]
ଅହମ୍ମଦାବାଦରେ ରଥଯାତ୍ରାକୁ ମଞ୍ଜୁରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial