ତିନିମହଲା କୋଠା ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ଯୁବତୀଙ୍କ ଆତ୍ମହତ୍ୟା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିମହଲା କୋଠା ଉପରୁ ଡେଇଁ ଚିକିତ୍ସାଧୀନ ଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀଙ୍କ ନାମ ରଜନୀ ମେଲକା (୨୮)। ତାଙ୍କ ଘର ରାୟଗଡ଼ା ସହର ନିକଟସ୍ଥ ତୁମ୍ବିଗୁଡା ଗ୍ରାମରେ। ଯୁବତୀ ଜଣକ ଜ୍ୱର ଏବଂ ପାଟିଘାରେ ପୀଡିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୭ ତାରିଖରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ବାଥରୁମ୍ ଝରକା ପଟୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେବା ପରେ ରାୟଗଡ଼ା ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଫରେନସିକ ଟିମ୍ ଦ୍ୱାରା ତଦନ୍ତ ଜାରି ରହିଥିବା ଡାକ୍ତର ବରଦାକାନ୍ତ ମିଶ୍ର ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ-ଯବାନ୍ ମୁହାଁମୁହିଁ: ଦୁଇ ଯବାନ୍ ଆହତ

Sat Jul 10 , 2021
ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଗଲା ଭୁବନେଶ୍ବର: ରକ୍ତମୁଖା ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଏବେ ବି ଚାଲିଛି ଗୁଳି ବିନିମୟ। ୮ ଘଣ୍ଟା ହେଲାଣି ଲଗାତାର ଭାବେ ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି। ଏଥିରେ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଅଣାଗଲା। କିଛି ମାଓବାଦୀ ମୃତାହତ ହୋଇଥାଇ ପାରନ୍ତି ବୋଲି ସୂଚନା ମିଳୁଛି। […]
ମାଓବାଦୀ-ଯବାନ୍ ମୁହାଁମୁହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial