ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କରୋନା ଟିକା : ଗବେଷକ

କରୋନା ଟିକା ନେଇପାରିବେ ସ୍ତନ୍ୟପାନ କରାଉଥିବା ମହିଳା

ନୂଆଦିଲ୍ଲୀ: ସ୍ତନ୍ୟପାନ କରାଉଥିବା ମହିଳାମାନେ କରୋନା ଟିକା ନେଇପାରିବେ କି ନାହିଁ ଏଯାଏ ବି ଲୋକଙ୍କ ମନରେ ସନ୍ଦେହ ରହିଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌)ର ଗବେଷକ ଡକ୍ଟର ସମିରନ୍‌ ପଣ୍ଡା ଶୁକ୍ରବାର ଏ ସଂପର୍କରେ ସ୍ପଷ୍ଟ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ସ୍ତନ୍ୟପାନ କରାଉଥିବା ମହିଳା‌ମାନେ ବିନା ଦ୍ବିଧାରେ ଟିକା ନେଇପାରିବେ। ଏହା ସଂପୂର୍ଣ୍ଣ ସୁରକ୍ଷିତ। ଟିକାକରଣ ହେତୁ ମାଆ ଶରୀରରେ ବିକଶିତ ହୋଇଥିବା ଆଣ୍ଟିବଡି ସ୍ତନ୍ୟପାନ କରାଇବା ସମୟରେ ଶିଶୁକୁ ସ୍ଥାନାନ୍ତରିତ ହୋଇ ଶିଶୁଙ୍କ ପାଇଁ ମଧ୍ୟ ସହାୟକ ହୋଇପାରେ। ତେଣୁ ସ୍ତନ୍ୟପାନ କରାଉଥିବା ମହିଳାମାନେ କେବଳ ସେମାନଙ୍କ ପାଇଁ ନୁହେଁ, ବରଂ ଶିଶୁ ଶରୀର‌ ପାଇଁ ବି ଲାଭଦାୟକ ପ୍ରମାଣିତ ହୋଇପାରେ। ଉଲ୍ଲେଖଯୋଗ୍ୟ, ‌କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଟିକାକରଣକୁ ବେଶି ଗୁରୁତ୍ବ ଦେଉଥିବା ବେଳେ ଆସନ୍ତା ଅଗଷ୍ଟ ସୁଦ୍ଧା କୋଭାକ୍ସ ସୁବିଧା ଦ୍ବାରା ଦେଶକୁ ୩ରୁ ୪ ମିଲିୟନ୍‌ ଡୋଜ୍‌ର ଫାଇଜର୍‌ ଓ ମଡର୍ଣ୍ଣା ଟିକା ପ୍ରାପ୍ତ ‌ହୋଇପାରେ ବୋଲି ସୂଚନା ରହିଛି। ରିପୋର୍ଟ ଅନୁସାରେ ଗାଭି ଟିକା ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ମିଳିତ ଭାବେ କୋଭାକ୍ସ ନେତୃତ୍ବରେ ଚଳିତମାସ ଶେଷ ସୁଦ୍ଧା ଆମେରିକା ନିର୍ମିତ ଡୋଜକୁ ଭାରତ ପଠାଇବେ।

Share Now:

Kalinga News Beuro

Next Post

କେନ୍ଦୁଝର ଜିଲ୍ଲାରେ ୧୬୫ ଡାକ୍ତର ପଦବି ଖାଲି

Sat Jul 10 , 2021
ବିପର୍ଯ୍ୟସ୍ତ ହେଉଛି ସ୍ବାସ୍ଥ୍ୟସେବା କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି। ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳର ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବାଧ୍ୟ ହୋଇ ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ର୍ନିଭର କରି ଅକାଳରେ ପ୍ରାଣ ହରାଉଛନ୍ତି। କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକ୍‌ ରହିଛି। ଲୋକସଂଖ୍ୟା ପ୍ରାୟ ୨୦ ଲକ୍ଷ। ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୩୬୩ଜଣ ଡାକ୍ତର ଆବଶ୍ୟକ। […]
କେନ୍ଦୁଝର ଜିଲ୍ଲାରେ ୧୬୫ ଡାକ୍ତର ପଦବି ଖାଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial