କଟକରୁ ଆଉ ୨୮୯ ସଂକ୍ରମିତ : ଟିକା ନାହିଁ, ଆସିବ ୧୫ରେ

କଟକରୁ ଆଉ ୨୮୯ ସଂକ୍ରମିତ

କଟକ: ରେଡ୍‌ ଜୋନ୍‌ରେ ରହିଛି କଟକର କରୋନା ସଂକ୍ରମଣ ସ୍ଥିତି। ସେପଟେ କଟକରେ ଟିକା ନାହିଁ। ୧୫ତାରିଖ ପର୍ଯ୍ୟନ୍ତ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଟିକା ଅଭାବରୁ ଗତ କିଛିଦିନ ହେଲା ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ଟିକାକରଣ ସଂପର୍କରେ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଡାକ୍ତର ଉମେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ଟିକା ୧୫ ତାରିଖରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ କଟକରେ ଗଲା ୨୪ଘଣ୍ଟାରେ ୨୮୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ଘଣ୍ଟାରେ କଟକରେ କରାଯାଇଥିବା ୫୮୪୯ଟି ପରୀକ୍ଷାରୁ ୨୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ୪.୯୪ ରହିଛି। ଗତ ଦୁଇଦିନ ହେଲା ସଂକ୍ରମଣ ସ୍ଥିତି ୭ ପ୍ରତିଶତ ଉପରେ ରହିଥିବା ବେଳେ ଆଜି ତାହା ତଳକୁ ଖସିଥିବା ଦେଖିବାକୁ ମିଳିଛି। ସହରରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରୁ ୧୯୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ, ଆଜି ଜିଲ୍ଲାରୁ ୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ମେଡିକାଲ ଭିତରେ ଛିଣ୍ଡିଲା ଲାଇନ୍ ତାର: ଅଳ୍ପକେ ରକ୍ଷା ପାଇଲେ ରୋଗୀ

Mon Jul 12 , 2021
ବାଲିପାଟଣା : ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ହଠାତ ଲାଇନ୍ କେବୁଲ ତାର ଛିଣ୍ଡି ପଡ଼ିଥିଲା। ସେ ସମୟରେ ବହୁସଂଖ୍ୟକ ଲୋକ ମେଡିକାଲ ଆସିଥିଲେ। କେବୁଲ ବନ୍ଧା ହୋଇଥିବା ତାର ଅନେକ ଦିନରୁ ଛିଣ୍ଡି ଅଟକି ରହିଥିଲା। ଖୁଣ୍ଟରୁ ତାର ଛିଡିବା ପରେ ଲୋକଙ୍କ ବାଇକ ଏବଂ ଚାରିଚକିଆ ଗାଡି ଉପରେ ପଡିଥିଲା। ଭୟରେ ଗାଡ଼ି ପାଖକୁ କେହି ଯାଇନଥିଲେ। ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟକୁ ସୂଚନା ଦେବା ପରେ […]
ମେଡିକାଲ ଭିତରେ ଛିଣ୍ଡିଲା ଲାଇନ୍ ତାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial