ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା‌

ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା‌

ଭୁବନେଶ୍ବର : ରାଜ୍ୟ ସରକାର ଗର୍ଭବତୀଙ୍କୁ କୋଭିଡ ଟିକା ଦେବା ‌ନିୟମ କରିବା ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣିକି ପ୍ରତି ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୨୫ହଜାର ୬୧୪ ଡୋଜ୍ ଟିକା ଦିଆଯାଇଥିବାବେଳେ ଏଥିରୁ ୧୦ଲକ୍ଷ ୨୦ହଜାର ୭୬୯ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୬ଲକ୍ଷ ୪ହଜାର ୮୪୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

Share Now:

Kalinga News Beuro

Next Post

ଖଣ୍ଡଗିରି ଫ୍ଲାଏଓଭର୍‌‌ରେ ଫାଟ ପ୍ରସଙ୍ଗ: ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କଲା ଏନ୍‌ଏଚ୍‌ଏଆଇ

Sun Jul 18 , 2021
କଳିଙ୍ଗ ନିଉଜର ପ୍ରଭାବ ଭୁବନେଶ୍ବର : ୩ ମାସ ନ ପୂରୁଣୁ ଖଣ୍ଡଗିରି ଫ୍ଲାଏଓଭର୍‌ରେ ଫାଟ ସୃଷ୍ଟି ହେବା ଘଟଣାରେ ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଶନିବାର ଦିନ “କଳିଙ୍ଗ ନିଉଜ”ରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଫ୍ଲାଏଓଭର୍‌ କାମ କରିଥିବା ଠିକା ସଂସ୍ଥା ସାହାଯ୍ୟରେ ଶନିବାର ଉକ୍ତ ଫାଟ ସ୍ଥାନର ମରାମତି ଆରମ୍ଭ ହୋଇଛି। କେବଳ ଲୁହା ପଦାକୁ ଦିଶୁଥିବା ଜାଗା […]
ଖଣ୍ଡଗିରି ଫ୍ଲାଏଓଭର୍‌‌ରେ ଫାଟ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial