ଖଣ୍ଡଗିରି ଫ୍ଲାଏଓଭର୍‌‌ରେ ଫାଟ ପ୍ରସଙ୍ଗ: ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କଲା ଏନ୍‌ଏଚ୍‌ଏଆଇ

ଖଣ୍ଡଗିରି ଫ୍ଲାଏଓଭର୍‌‌ରେ ଫାଟ ପ୍ରସଙ୍ଗ

କଳିଙ୍ଗ ନିଉଜର ପ୍ରଭାବ

ଭୁବନେଶ୍ବର : ୩ ମାସ ନ ପୂରୁଣୁ ଖଣ୍ଡଗିରି ଫ୍ଲାଏଓଭର୍‌ରେ ଫାଟ ସୃଷ୍ଟି ହେବା ଘଟଣାରେ ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଶନିବାର ଦିନ “କଳିଙ୍ଗ ନିଉଜ”ରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଫ୍ଲାଏଓଭର୍‌ କାମ କରିଥିବା ଠିକା ସଂସ୍ଥା ସାହାଯ୍ୟରେ ଶନିବାର ଉକ୍ତ ଫାଟ ସ୍ଥାନର ମରାମତି ଆରମ୍ଭ ହୋଇଛି। କେବଳ ଲୁହା ପଦାକୁ ଦିଶୁଥିବା ଜାଗା ନୁହେଁ, ବରଂ ସଂପୂର୍ଣ୍ଣ ଯୋଡ଼େଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। କାମ ଚାଲୁଥିବା ଯୋଗୁଁ ଶନିବାର ଭୁବନେଶ୍ବରରୁ ଖୋର୍ଦ୍ଧା ପଟକୁ ଯିବା ରାସ୍ତାକୁ ବନ୍ଦ ରଖାଯାଇଥିଲା।

Share Now:

Kalinga News Beuro

Next Post

ଓଡ଼ିଶାରେ କରୋନା ମୃତ୍ୟୁ ୫ ହଜାର ଟପିଲା : ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ

Mon Jul 19 , 2021
ଭୁବନେଶ୍ବର : ଓଡ଼ିଶାରେ ଏବେ ଦୈନିକ କରୋନା ମୃତ୍ୟୁ ଆଉ ୫୦ ତଳକୁ ଖସୁନାହିଁ। ରବିବାର ଆଉ ୬୬ଜଣଙ୍କର ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯିବା ପରେ ମୋଟ୍ ମୃତ୍ୟୁସଂଖ୍ୟା ୫ ହଜାର ଅତିକ୍ରମ କରି ୫୦୫୮ରେ ପହଞ୍ଚିଛି। ଏହା ସାରା ଦେଶର ମୋଟ୍‌ କରୋନା ମୃତ୍ୟୁର ୧.୨୨%। ଜୁଲାଇ ୫ତାରିଖରୁ ରାଜ୍ୟ ସରକାର ଦୈନିକ ମୃତ୍ୟୁ ସଂଖ୍ୟା ୫୦ରୁ ଅଧିକ ଦର୍ଶାଉଥିବାରୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ହଠାତ୍ ବଢ଼ିଯାଇଛି। […]
ଆଇସିଏମଆର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial