କୂଅ ଭିତରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ବିବାହିତା ମହିଳାଙ୍କ ମୃତଦେହ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲା ପାଙ୍ଗା ଗ୍ରାମରେ ଆଜି ସକାଳୁ ଜଣେ ବିବାହିତ ମହିଳାଙ୍କ ମୃତଦେହ କୂଅ ଭିତରେ ପଡ଼ିଥିବା ଦେଖି ଗ୍ରାମବାସୀ ରାଇକିଆ ପୁଲିସ ଥାନାକୁ ସୂଚନା ଦେଇଥିଲେ। ରାଇକିଆ ଦମକଳ ବାହିନୀ ସହାୟତାରେ ମହିଳାଙ୍କୁ ଉଦ୍ଧାର ପରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ବେଲପଙ୍ଗା ଗ୍ରାମର ଜଉରା ପ୍ରଧାନ( ୨୩), ଗରିଡିଙ୍ଗିଆ ଗ୍ରାମର ସ୍ନେହଲତା ପ୍ରଧାନ (୨୨)ଙ୍କୁ ୭ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ମଝିରେ ମଝିରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ଛୁଆ ପିଲା ପାଇଁ ପାଟିତୁଣ୍ଡ ହେଉଥିଲା। ଜ୍ୱାଇଁ-ଝିଅଙ୍କ ମାଡ଼ଗୋଳ ପରେ ଝିଅ ବାପାଙ୍କ ଘରକୁ ଯାଏ। ଆପୋଷ ବୁଝାମଣା ପରେ ଝିଅ ସ୍ୱାମୀଙ୍କ ପାଖକୁ ଆସେ।
ବିବାହ ସମୟରେ ଝିଅ ଘର ପୁଅକୁ ଏକ ବାଇକ୍ ଓ ନଗଦ ୩ ଲକ୍ଷ ଟଙ୍କା ଘର ତିଆରି କରିବାକୁ ଦେଇଥିଲେ। କିନ୍ତୁ ବିବାହର ବହୁ ଦିନ ପରେ ପିଲା ପିଲି ନ ହେବାରୁ ଆରମ୍ଭ ହେଲା ନିର୍ଯାତନା। ଝିଅର ବାପା ବାମଦେବ ଅଭିଯୋଗ କରିଛନ୍ତି ଯେ, ପୁଅର ଅନ୍ୟ କୌଣସି ଝିଅ ସହିତ ଅନୈତିକ ସମ୍ପର୍କ ଅଛି। ଏନେଇ ସେ ନେଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଇଆଇସି ଶ୍ରୀକାନ୍ତ ଖମାରି ଘଟଣାର ଅଧିକ ତଦନ୍ତ କରୁଥିବା କହିଛନ୍ତି।

Share Now:

Kalinga News Beuro

Next Post

କେନ୍ଦ୍ର ମନ୍ତ୍ରୀଙ୍କ କାଗଜ ଚିରିଥିବା ଟିଏମସି ସାଂସଦଙ୍କ ନିଲମ୍ବନ ପାଇଁ ଦାବି କରିବେ କେନ୍ଦ୍ର ସରକାର

Thu Jul 22 , 2021
ନୂଆଦିଲ୍ଲୀ : ରାଜ୍ୟସଭାରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତି ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କ ଦୁର୍ବ୍ୟବହାରକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ସେନଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟସଭାରେ ବୈଷ୍ଣବ ବହୁଚର୍ଚ୍ଚିତ ପେଗାସସ୍ ପ୍ରକଳ୍ପ ରିପୋର୍ଟ ସମ୍ପର୍କରେ ବକ୍ତବ୍ୟ ରଖୁଥିବାବେଳେ ତୃଣମୂଳ କଂଗ୍ରେସ ସାଂସାଦ ଶାନ୍ତନୁ ସେନ ବୈଷ୍ଣବଙ୍କୁ ଦୁର୍ବ୍ୟବହାର କରିବା […]
ଟିଏମସି ସାଂସଦଙ୍କ ନିଲମ୍ବନ ପାଇଁ ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial