ମହାରାଷ୍ଟ୍ରରେ ବନ୍ୟା ଓ ଭୁସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ମୁମ୍ବାଇ: ପ୍ରବଳ ବର୍ଷା ପରେ ବନ୍ୟା ଓ ଭୁସ୍ଖଳନ ହେତୁ ମହାରାଷ୍ଟ୍ରର ଅନେକ ଜିଲ୍ଲାର ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ପ୍ରବଳ ବର୍ଷା ପ୍ରଭାବରେ ଏଯାବତ ୧୧୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ରାୟଗଡ଼ରେ ଅଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ରେ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଥିବା କୁହାଯାଉଛି। ତେବେ ପୁନେ ଓ କୋନକାନରେ ଗତ ତିନିଦିନ ହେବ ପ୍ରବଳ ବର୍ଷା ହେତୁ ଏବେ ବି ବନ୍ୟା ପରିସ୍ଥିତି ରହିଛି।
ଗତ ଶନିବାର ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷା ହେତୁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୁସ୍ଖଳନରେ ୯୯ଜଣ ଲୋକେ ନିଖୋଜ ହୋଇଯାଇଛନ୍ତି। ଏଯାବତ ୧ଲକ୍ଷ ୩୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ୭୮,୧୧୧ ଓ କୋଲହାପୁର ଜିଲ୍ଲାରେ ୪୦,୮୮୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।

Share Now:

Kalinga News Beuro

Next Post

ସରିଲା ହାଇଦରର ଶବ ବ୍ୟବଚ୍ଛେଦ : ନିଜ ଗାଁ ରଣପଡ଼ା ଗଲା ମୃତଦେହ

Sun Jul 25 , 2021
ହାଇଦର ଘର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା, ୨ ପ୍ଲାଟୁନ୍ ପୁଲିସ ମୁତୟନ ବାଲେଶ୍ୱର/କେନ୍ଦ୍ରାପଡ଼ା: ବାଲେଶ୍ୱରରେ ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ସରିଛି। ଶବ ବ୍ୟବଚ୍ଛେଦ ପରେ ହାଇରରର ମୃତଦେହକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଛି। ରଣପଡ଼ା ଗାଁକୁ ହାଇଦରର ମୃତଦେହ ଯାଇଛି। ଅନ୍ୟପଟରେ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ମୃତଦେହ ରଣପଡ଼ା ଗାଁକୁ ପହଂଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ହାଇଦର ଶନିବାର ଅପରାହ୍ନରେ ପୁଲିସ ଏନ୍‌କାଉଣ୍ଟରରେ ନିହତ […]
ହାଇଦରର ଶବ ବ୍ୟବଚ୍ଛେଦ ସରିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial